Latest Odisha News

BREAKING NEWS

‘ଗଦ୍ଦାର’ ବିବାଦ ପରେ ଏକାଠି ହେଲେ ଗେହଲଟ୍ ଓ ପାଇଲଟ୍ : ଭାରତ ଯୋଡ଼ୋ ଯାତ୍ରା ଉପରେ ଲକ୍ଷ୍ୟ

ଜୟପୁର: ଅଶୋକ ଗେହଲଟ୍ ଓ ସଚିନ ପାଇଲଟ୍ ଏକାଠି । ରାଜସ୍ଥାନର କଂଗ୍ରେସରେ ଘଡିକେ ଛୁଟୁଛି ଘୋଡ଼ା । ପ୍ରଥମେ ଗଦ୍ଦାର ବିବାଦ ଆଉ ଏବେ କୋଳାକୋଳି। କିଛି ଦିନ ତଳେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ସମୟରେ ଗେହଲଟ୍ ଖୋଲାଖୋଲି ଭାବେ ପାଇଲଟଙ୍କୁ ‘ଗଦ୍ଦାର’ ବୋଲି କହିଥିଲେ ରାଜସ୍ଥାନର ପୂର୍ବତନ ଡେପୁଟି ସିଏମ୍ ସଚିନ୍ ପାଇଲଟ୍ । ଏହାକୁ ନେଇ ଜାତୀୟ ସ୍ତରରେ କଂଗ୍ରେସରେ ସୃଷ୍ଟି ହୋଇଥିଲା କମ୍ପନ ।

ଗତକାଲି ଗୋଟିଏ ସ୍ଥାନରେ ଉଭୟେଙ୍କୁ ଦେଖିବାକୁ ମିଳିଛି । ବୋଧହୁଏ ନିଜ ଭିତରେ ସବୁ ଠିକଠାକ୍ ଅଛି ବୋଲି ବାର୍ତ୍ତା ଦେବାକୁ ଚାହୁଁଛି ରାଜସ୍ତାନ କଂଗ୍ରେସ । ସେପଟେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ଡିସେମ୍ୱର ୪ ତାରିଖରେ ପହଞ୍ଚିବ । ୫ରୁ ଆରମ୍ଭ ହେବ ରାଜସ୍ଥାନ ଯୋଡ଼ୋ । ରାଜ୍ୟରେ କଂଗ୍ରେସର ଟାଣୁଆ ନେତା ଡ଼େରା ପକାଇଛନ୍ତି । ଭରତ ଯୋଡ଼ୋ ପୂର୍ବରୁ ଦଳରେ ଗେହଲଟ୍-ପାଇଲଟ୍ ଯୋଡ଼ି ବିବାଦକୁ ଶାନ୍ତ କରିବାକୁ ବରିଷ୍ଠ ନେତାଙ୍କ ଉଦ୍ୟମ । ଏକସଙ୍ଗେ ଛିଡା ହୋଇ ଭାରତ ଯୋଡୋ ଯାତ୍ରାକୁ ସଫଳ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି ସିଏମ୍ ଓ ପୂର୍ବତନ ଡେପୁଟି ସିଏମ୍ । ଜୟରାମ ରମେଶ ଟ୍ୱିଟରରେ ଦଳରେ ଏକତା ରହିଛି ବାର୍ତ୍ତା ସହିତ କିଛି ଫଟୋ ସେୟାର କରିଛନ୍ତି ।

ସେପଟେ ରାହୁଲ ଗାନ୍ଧୀ ବି ‘ଗଦ୍ଦାର’ ବିବାଦ ଭାରତ ଯୋଡ଼ୋ ଯାତ୍ରା ଉପରେ ପ୍ରଭାବ ପକାଇବନି ବୋଲି କହିଛନ୍ତି । ଆମ ନେତା ଆମ ପାଇଁ ମୂଲ୍ୟବାନ, ବିବାଦ କାହିଁକି ହେବ ବୋଲି ରାହୁଲ କହିଛନ୍ତି ।

Leave A Reply

Your email address will not be published.