Latest Odisha News

BREAKING NEWS

ଏଟିଏମ୍ ଭିତରେ ପଶିଲା ନାଗ, ଦେଢ ଘଣ୍ଟା ଟଙ୍କା ଉଠାଣ ବନ୍ଦ

ଭୁବନେଶ୍ୱର: ଏଟିଏମରେ ପଶିଲା ନାଗ । ଦେଢ ଘଣ୍ଟା ଧରି ଲୋକେ ଟଙ୍କା ଉଠାଇନପାରି ହଇରାଣ ହୋଇଥିଲେ । ଗତକାଲି ସନ୍ଧ୍ୟା ୭ ଟାରେ ଭୁବନେଶ୍ଵର ଫର୍ଚ୍ୟୁନ୍ ଟାୱାର ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ଏଟିଏମ୍ ଭିତରେ ରାଜେଶ୍ ହାଁସଦା ନାମକ ବ୍ୟକ୍ତି ଟଙ୍କା ଉଠାଇବା ବେଳେ ସାପଟିକୁ ଦେଖିଥିଲେ । ସାପଟି ଏଟିଏମ୍ ପଛପଟକୁ ପଶିଯାଇଥିଲା ।

ରାଜେଶ୍ ବ୍ୟାଙ୍କ ମ୍ୟାନେଜରଙ୍କୁ ଫୋନ୍ କରି ଜଣେଇବା ସହିତ, ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଖବର ଦେଇଥିଲେ । ସ୍ନେକ ହେଲ୍ପଲାଇନ ସଦସ୍ୟ ଆଶିଷ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି, ସତର୍କତାର ସହିତ ଏଟିଏମ ଭିତରୁ ୪ ଫୁଟ୍ ଲମ୍ବ ନାଗ ସାପଟିକୁ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.