Latest Odisha News

BREAKING NEWS

ଇଡି ନିର୍ଦ୍ଦେଶକ ଏସକେ ମିଶ୍ରଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧୫ ଯାଏ ବୃଦ୍ଧି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭର୍ତ୍ସନା କଲେ, କାର୍ଯ୍ୟକାଳ ବଢ଼ାଇଲେ । ଇଡି ନିର୍ଦ୍ଦେଶକ ଏସକେ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରି କେନ୍ଦ୍ର ସରକାରଙ୍କୁ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ । ଏବେ ସଞ୍ଜୟ କୁମାର ମିଶ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନିର୍ଦ୍ଦେଶକ ଭାବେ ସେପ୍ଟେମ୍ବର ୧୫ ଯାଏ ରହିବ । କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତି ଦେଶ ହିତରେ କରାଯାଇଥିବା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଏକେ ମିଶ୍ରଙ୍କ କାର୍ଯ୍ୟକାଳକୁ ଅକ୍ଟୋବର ୧୫ ଯାଏ ସମ୍ପ୍ରସାରଣ କରିବାକୁ ଅନୁରୋଧ କରିଥିଲେ ସରକାର । ତେବେ ଏଥିରେ ସୁପ୍ରିମକୋର୍ଟ ରାଜି ହୋଇ ନାହାନ୍ତି । କୋର୍ଟ ସଫା ସଫା କହିଛନ୍ତି, ଏହା ଅନ୍ତି କାର୍ଯ୍ୟକାଳ ଅବଧି ବୃଦ୍ଧି । ଆଗକୁ କୌଣସି ସମ୍ପ୍ରସାରଣ କରାଯିବ ନାହିଁ ।

କାର୍ଯ୍ୟକାଳ ବଢ଼ାଇବା ସହ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । କହିଛନ୍ତି, ସମସ୍ତ ଦାୟିତ୍ୱ କାହିଁକି କେବଳ ଏସକେ ମିଶ୍ରଙ୍କୁ ଦିଆଯାଉଛି । ଏଥିରୁ ବାର୍ତ୍ତା ଯାଉଛି ଅନ୍ୟ ଅଧିକାରୀ ଅଯୋଗ୍ୟ । ଏଥିଯୋଗୁଁ ଅନ୍ୟ ଅଧିକାରୀ ହତାଶ ହୋଇ ପାରନ୍ତି ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଏସକେ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । କାର୍ଯ୍ୟକାଳ ଅବଧି ବଢ଼ାଇବା ଲାଗି ସରକାର ଏଫଏଟିଏଫ୍ ଦସ୍ତାବିଜ୍ ଦେଇଥିଲେ ।

Leave A Reply

Your email address will not be published.