ଓଡ଼ିଶା ସମ୍ବାଦ ବ୍ୟୁରୋ: ଆସନ୍ତାକାଲି ଉଦ୍ଧବ ଠାକରେଙ୍କ ସରକାର ବହୁମତ ସାବ୍ୟସ୍ତ କରିବ । ସୁପ୍ରିମକୋର୍ଟ ରାଜ୍ୟପାଳଙ୍କ ନିର୍ଦେଶ ଉପରେ ରୋକ ଲଗାଇନାହାଁନ୍ତି ।
Supreme Court gives go ahead to the floor test in the Maharashtra Assembly tomorrow; says we are not staying tomorrow's floor test. pic.twitter.com/neYAIftfWe
— ANI (@ANI) June 29, 2022
ମହାବିକାଶ ଅଘାଡ଼ି ମେଣ୍ଟରୁ ୩୯ ବିଧାୟକ ସମର୍ଥନ ପ୍ରତ୍ୟାହାର କରି ନେଇଥିବାରୁ ରାଜ୍ୟପାଳ ଆସ୍ଥାଭୋଟ ଲଢ଼ିବାକୁ ଉଦ୍ଧବ ସରକାରଙ୍କୁ କହିଥିଲେ । କାଲି ୧୧ଟାରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ ବୋଲି ରାଜ୍ୟପାଳ ଭଗତ ସିଂ କୋଶ୍ୟାରି ନିର୍ଦେଶ ଦେଇଥିଲେ । ଏହା ସହ ସୁପ୍ରିମକୋର୍ଟ ନବାବ ମଲ୍ଲିକ ଏବଂ ଅନିଲ ଦେଶମୁଖଙ୍କୁ ଭୋଟ ଦେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ମନି ଲଣ୍ଡରିଂ ମାମଲାରେ ଇଡି ସେମାନଙ୍କୁ ଗିରଫ କରିଛି । ଏବେ ସେମାନେ ଜୁଡିସିଆଲ କଷ୍ଟଡିରେ ଅଛନ୍ତି । ସେପଟେ ବିଜେପି ବିଧାୟକମାନେ ତାଜ ହୋଟେଲରେ ଥିବାବେଳେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ବିଧାୟକମାନଙ୍କୁ ଭେଟିଛନ୍ତି ।
Supreme Court allows jailed NCP leaders Nawab Malik and Anil Deshmukh to participate in the proceedings of the floor test in the Maharashtra Assembly tomorrow.
— ANI (@ANI) June 29, 2022
Comments are closed.