ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ପରବର୍ତ୍ତୀ ତଥା ସ୍ଥାୟୀ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତିକୁ ନେଇ ଲାଗି ରହିଥିବା ସସପେନ୍ସ ଏବେ ଆହୁରି ବଢ଼ିଛି। ରାଜ୍ୟ ସରକାରଙ୍କ ଡିଜିପି ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣିକୁ ସୁପ୍ରିମକୋର୍ଟ ପୁଣି ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ୨୨ତାରିଖରେ ହେବ ପରବର୍ତ୍ତୀ ଶୁଣାଣି । ଆଜିର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଏବଂ ଡିଜି ଚୟନ ସମ୍ପୂର୍ଣ୍ଣ ଆଇନ ସମ୍ପନ୍ନ। ଏଥିରେ କୌଣସି ବ୍ୟତିକ୍ରମ ହୋଇ ନାହିଁ ବୋଲି କହିଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ।
ଡିଜିପି ଭାବେ କିଏ ନିଯୁକ୍ତି ପାଇବେ ତାହା ସରକାରଙ୍କ ଶେଷ ନିଷ୍ପତ୍ତି। ଏଥିରେ କୌଣସି ଅଫିସରଙ୍କ ଅଧିକାର ଦାବି କରିବା ଅବାଞ୍ଚନୀୟ। କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ଏ ମାମଲାକୁ ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲାର ସୂତ୍ରପାତ୍ କରିଛନ୍ତି ବୋଲି କହିଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ। ଏଥିରେ ଅଫିସରଙ୍କ ନାମ ସୁପାରିଶ ବାବଦରେ ସୁପ୍ରିମକୋର୍ଟ କୌଣସି ନିର୍ଦ୍ଧିଷ୍ଟ ଆଧାର ନିରୂପଣ କରି ନାହାନ୍ତି। DGP ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇ ନାହିଁ ବୋଲି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି ଆଡଭୋକେଟ୍ ଜେନେରାଲ।


Comments are closed.