Latest Odisha News

BREAKING NEWS

ଶ୍ରୀଜୀଉଙ୍କ ସୁନାବେଶ ନୀତିରେ ବିଳମ୍ବ

ପୁରୀ: ପୌଷ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ସୁନାବେଶରେ ବିଳମ୍ବ ଘଟିଛି। ସିଂହାରୀ ସେବକଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁଙ୍କ ବେଶ ୫ ଘଣ୍ଟା ବିଳମ୍ବରେ ହୋଇଛି । ପୂର୍ଣ୍ଣମୀ ଅବସରରେ ମହାପ୍ରଭୁଙ୍କର ରାଜରାଜେଶ୍ୱରୀ ବେଶ ଅନୁଷ୍ଠିତ ହୋଇଥାଏ ।

ଦୀର୍ଘ ଦିନ ଧରି ମନ୍ଦିର ବନ୍ଦ ରହିଥିବାରୁ ଗତକିଛି ଦିନ ହେଲା ମନ୍ଦିରରେ ଶ୍ରଦ୍ଧାଳୁଙ୍କର ବେଶ୍ ଭିଡ ଜମୁଛି । କରୋନା କଟକଣା ମଧ୍ୟରେ ସମସ୍ତେ ଦର୍ଶନ କରୁଛନ୍ତି । ଆଜି ଏହି ଶ୍ରୀଜୀଉଙ୍କ ସୁନାବେଶ ଦେଖିବା ପାଇଁ ବହୁ ସଂଖ୍ୟାରେ ଭକ୍ତ ଭିଡ ଜମାଇଥିବା ବେଳେ ସେବାୟତଙ୍କ ବିବାଦ ଯୋଗୁଁ ଦୀର୍ଘ ସମୟ ଧରି ସେମାନଙ୍କୁ ଅପେକ୍ଷା କରି ରହିବାକୁ ପଡିଥିଲା ।

Leave A Reply

Your email address will not be published.