Latest Odisha News

BREAKING NEWS

୨୦୨୨ ନୁହେଁ ଚଳିତ ବର୍ଷ ହିଁ ଏନ୍‌ଡିଏ ପରୀକ୍ଷାରେ ମହିଳାଙ୍କୁ ମିଳିବ ଚାନ୍ସ

ନୂଆଦିଲ୍ଲୀ: ୨୦୨୨ରୁ ନୁହେଁ ଚଳିତ ବର୍ଷଠାରୁ ମହିଳାମାନଙ୍କୁ ଏନଡିଏ ପ୍ରବେଶିକା ପରୀକ୍ଷା ଦେବା ପାଇଁ  ଅନୁମତି ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ନ୍ୟାସନାଲ ଡିଫେନ୍ସ ଏକାଡେମୀ‌େରେ ମହିଳାମାନଙ୍କୁ ୨୦୨୨ ରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷାରେ ବସିବାକୁ ଅନୁମତି ଦିଆଯିବ।

ସୁପ୍ରିମକୋର୍ଟ କେନ୍ଦ୍ରର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଚଳିତ ବର୍ଷ ନଭେମ୍ବର ୧୪ ରେ ହେବାକୁ ଥିବା ଏନଡିଏ ପରୀକ୍ଷା ଦେବାକୁ ମହିଳାମାନଙ୍କୁ  ଅନୁମତି ଦିଆଯାଉ। ଶୁଣାଣି ସମୟରେ କୋର୍ଟ ଏହାକୁ ଜରୁରୀକାଳୀନ ପରିସ୍ଥିତି ସହ ତୁଳନା କରି କହିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସଶସ୍ତ୍ର ବାହିନୀ ସବୁଠାରୁ ଉପଯୁକ୍ତ।

ଖବର ଅନୁଯାୟୀ କୋର୍ଟ କହିଛନ୍ତି ଯେ ପରୀକ୍ଷା ପରେ ଯଦି କୌଣସି ସମସ୍ୟା ଉପୁଜେ ତେବେ ସରକାର କୋର୍ଟଙ୍କୁ ଜଣାଇ ପାରିବେ। ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ ଚାହୁଁ ନାହୁଁ ମହିଳାମାନେ ସେମାନଙ୍କର ଅଧିକାରରୁ ବଞ୍ଚିତ ହୁଅନ୍ତୁ।

ଜଷ୍ଟିସ୍ ଏସ.କେ କୌଲ୍ କହିଛନ୍ତି ଯେ ଆମେ ପ୍ରକ୍ରିୟା ବିଳମ୍ବ କରିବାକୁ ଚାହୁଁନାହୁଁ। କୋର୍ଟ କହିଛନ୍ତି ଯେ ସଶସ୍ତ୍ର ବାହିନୀ ଅନେକ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିଛି। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସେମାନଙ୍କୁ ତାଲିମ ଦିଆଯାଇଛି ଏବଂ ସେମାନେ ଏହାର ମୁକାବିଲା କରିବାକୁ ସମର୍ଥ ହେବେ।

ମଙ୍ଗଳବାର ଦାଖଲ ହୋଇଥିବା ଏକ ଆଫିଡେଭିଟ୍‌ରେ କେନ୍ଦ୍ର ସରକାର କହିଛନ୍ତି ଯେ ବର୍ତ୍ତମାନ ମହିଳା ଅଧିକାରୀଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ମାନ ପ୍ରସ୍ତୁତି ପ୍ରକ୍ରିୟା ଚାଲିଛି। ଏହି ଆଫିଡେଭିଟ୍‌ରେ କୁହାଯାଇଛି ଯେ ସଶସ୍ତ୍ର ବାହିନୀର ଚିକିତ୍ସା ସେବା ମହାନିର୍ଦ୍ଦେଶକ ତଥା ବିଶେଷଜ୍ଞଙ୍କ ତିନିଟି ପ୍ରତିରକ୍ଷା ସେବା ପାଇଁ ଆବଶ୍ୟକ ଅଭ୍ୟାସ କରିବେ ଏବଂ ସେମାନଙ୍କ ବୟସ, ପ୍ରଶିକ୍ଷଣର ଭଳି ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଡାକ୍ତରୀ ମାନ ନିର୍ଣ୍ଣୟ କରିବେ।

Leave A Reply

Your email address will not be published.