Latest Odisha News

BREAKING NEWS

ତଣ୍ଟି କାଟି ହତ୍ୟା, ଅଭିଯୁକ୍ତ ଫେରାର

ରାୟଗଡ଼ା : ରାୟଗଡ଼ା ରେ ଜଘଣ୍ୟ ହତ୍ୟାକାଣ୍ଡ । ରାୟଗଡ଼ା ଜିଲ୍ଲା ଆମ୍ବଡୋଳା ରଘୁବୀର ଗାଁ ରେ ଏପରି ଅଭାବନୀୟ ଘଟଣା ଘଟିଛି। ରଘୁବାରୀ ଗାଁ ର ଶିବ ଡଙ୍ଗରିଙ୍କୁ କେହି ଦୁର୍ବୁତ୍ତ ଏକ ଦୋକାନ ସମ୍ମୁଖରେ ବେକ କାଟି ହତ୍ୟା କରିଥିବା ଜଣାପଡ଼ିଛି । ହତ୍ୟା କାରି ଜଣକ ଫେରାର ହୋଇଯାଇଛି । ପରେ ଆମ୍ବଡୋଳା ପୋଲିସ ପହଁଚି ଶବକୁ ଜବତ କରିବା ସହ ବ୍ୟବଚ୍ଚେଦ ପାଇଁ ପଠାଇଛି। କଣ ପାଇଁ ଶିବ ଡଙ୍ଗରିକୁ ହତ୍ୟା କରାଯାଇଛି ତାହା ଜଣାପଡ଼ିନାହିଁ। ଅଧିକ ତଦନ୍ତ ପରେ ହିଁ ହତ୍ୟା କାଣ୍ଡର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।

Leave A Reply

Your email address will not be published.