ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ମିଳିଲା ବଲିଉଡର ଫେମସ ସିଙ୍ଗର ଅନୁରାଧା ପଡୱାଲଙ୍କୁ ଆଶ୍ୱସ୍ତି । ତାଙ୍କୁ ନେଇ ଥିରୁଅନନ୍ତପୁରମ ଫ୍ୟାମିଲି କୋର୍ଟରେ ଚାଲିଥିବା ମାମଲା ଉପରେ କୋର୍ଟ ରହିତାଦେଶ ଜାରି କରିଛନ୍ତି । ଏଥିସହ କୋର୍ଟରେ ମାମଲା ରୁଜୁ କରିଥିବା ମହିଳା କରମାଲା ମୋଡେକ୍ସଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ । ଅନୁରାଧାଙ୍କ ପକ୍ଷରୁ ତାଙ୍କ ଓକିଲ ଥିରୁଅନନ୍ତପୁରମ ଫ୍ୟାମିଲି କୋର୍ଟରେ ଚାଲିଥିବା ମାମଲାକୁ ମୁମ୍ବାଇ କୋର୍ଟକୁ ଟ୍ରାନ୍ସଫର କରିବା ପାଇଁ ଏକ ଆବେଦନ ମଧ୍ୟ ଦାଖଲ କରିଛନ୍ତି । ସୂଚନା ମୁତାବକ କିଛି ଦିନ ତଳେ କେରଳ ଥିରୁଅନନ୍ତପୁରମ ସହରରେ ରହୁଥିବା କରମାଲା ମୋଡେକ୍ସ ନାମକ ଜଣେ ମହିଳା ଅନୁରାଧା ପଡୱାଲଙ୍କ ଝିଅ ବୋଲି ଦାବି କରିଥିଲେ ।
ସେ ଜନ୍ମ ହେବାର ମାତ୍ର ୪ ଦିନ ପରେ ଅନୁରାଧା ତାଙ୍କୁ ତାଙ୍କର ବର୍ତମାନର ପିତାମାତାଙ୍କ ଫାଖରେ ଛାଡି ଚାଲିଯାଇଥିବା କରମାଲା ଅଭିଯୋଗ କରିଛନ୍ତି । ଏନେଇ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । କରମାଲା ଏଥିଳାଗି ନଗଦ ୫୦ କୋଟି ଟଙ୍କା ଓ ଅନୁରାଧାଙ୍କ ସମ୍ପତିର ଏକ ଚତୁର୍ଥାଂଶ ଦେବାକୁ କୋର୍ଟରେ ଦାବି କରିଛନ୍ତି । ସେପଟେ ଏଭଳି ଅଭିଯୋଗକୁ ଅନୁରାଧା ଖଣ୍ଡନ କରିବା ସହ କରମାଲା ତାଙ୍କ ଝିଅ ନୁହେଁ ବୋଲି ଅସ୍ୱିକାର କରିଛନ୍ତି ।
BREAKING NEWS
- ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଛୋଟ ଧରଣର ଅଦଳବଦଳ
- ଡିଜିପି ସମ୍ମିଳନୀ: ବୁଧବାରଠୁ ଲୋକସେବା ଭବନରେ ବିଭିନ୍ନ କଟକଣା ଜାରି
- ମେଡିକାଲରୁ ଡିସଚାର୍ଜ ହେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ
- ପୁଞ୍ଜିନିବେଶ ନାଁରେ ଆଇଟି ପ୍ରୋଫେସନାଲଙ୍କ ଠାରୁ ୧୯ ଲକ୍ଷ ୮୪ ହଜାର ଟଙ୍କା ଠକେଇ
- ଜାନୁଆରୀ ୫ରୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା, ଓଡ଼ିଶା ସଂସ୍କୃତିର ଝଲକ ଦେଖିବେ ପ୍ରବାସୀ ଭାରତୀୟ
- ନାଗା ଓ ଶୋଭିତାଙ୍କ ୱେଡିଂ ରାଇଟ୍ସ ୫୦ କୋଟିରେ ବିକ୍ରୀ
- ୨୯ରେ ଭୁବନେଶ୍ଵରରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଆମ୍ବ ଟାକୁଆ ଜାଉ ଖାଇ ଅସୁସ୍ଥ ଘଟଣା: ସୁସ୍ଥ ହେଇ ଘରକୁ ଫେରିଲେ ଟୁନି ମାଝୀ
- ଖୁବଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ
- ଶିଶୁ ଯତ୍ନ ଅନୁଷ୍ଠାନରେ ପୃଷ୍ଠପୋଷକ ହେବେ ବିଧାୟକ ଏବଂ ମନ୍ତ୍ରୀ!
Comments are closed.