ନୂଆଦିଲ୍ଲୀ: କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ନୋଟିସ ଜାରୀ କରାଯାଇଛି । ଆମ୍ରପଲ୍ଲୀ ଗ୍ରୁପ ଏବଂ ଧୋନୀଙ୍କ ଅର୍ଥ କାରୋବାର ମାମଲା ହାଇକୋର୍ଟରୁ ସୁପ୍ରିମକୋର୍ଟଙ୍କ ନିକଟରେ ପଂହଚିଥିଲା । ସୋମବାର ଏ ନେଇ ଶୁଣାଣୀ କରିବା ସହ ଧୋନୀ ଏବଂ ଆମ୍ରପଲ୍ଲୀ ଗ୍ରୁପକୁ ପକ୍ଷ ରଖିବା ପାଇଁ ଉପରୋକ୍ତ ନୋଟିସ ଜାରୀ କରାଯାଇଛି । ଧୋନୀ ଏହି ଗ୍ରୁପର ବ୍ରାଣ୍ଡ ଆମ୍ବାସଡର ଥିଲେ । ତାଙ୍କୁ ୧୫୦ କୋଟି ଟଙ୍କା ଆମ୍ରପଲ୍ଲୀ ଗ୍ରୁପ ନିକଟରୁ ପାଇବାକୁ ଅଛି । ଅର୍ଥର ଅଭାବ ଯୋଗୁ ଗ୍ରାହକମାନେ ବୁକ କରାଯାଇଥିବା ଫ୍ଲାଟ ପାଇପାରୁ ନାହୁଁ ବୋଲି କୁହାଯାଇଛି । ଧୋନୀଙ୍କୁ ଯଦି ଆମେ ବକେୟା ଟଙ୍କା ପୈଠ କରିବୁ ତାହାହେଲେ ସେମାନଙ୍କୁୁ ଫ୍ଲାଟ ଦେଇହେବ ନାହିଁ । ଅପରପକ୍ଷରେ ଆମ୍ରପାଲ୍ଲୀ ଗ୍ରୁପ ଗ୍ରାହକଙ୍କ ନିକଟରୁ ଅର୍ଥ ନେବା ସତ୍ୱେ ଫ୍ଲାଟ ଯୋଗାଇବାରେ ଅସମର୍ଥ ହୋଇଛି । ଯାହା ବିରୋଧରେ ଗ୍ରାହକମାନେ ପ୍ରଥମେ କୋର୍ଟକୁ ଯାଇଥିଲେ । ଏହି ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ବୁଝାମଣା କରିବା ନେଇ ପ୍ରସ୍ତାବ ଦିଆଯାଇଥିଲା । ସେଥିରେ ମଧ୍ୟ କୌଣସି ଅଗ୍ରଗତି ନ ହେବାରୁ ସୁପ୍ରିମକୋର୍ଟ ନୋଟିସ ଜାରୀ କରିଛନ୍ତି ।
BREAKING NEWS
- Suspicious Drones: ଏଲଓସିରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍, ହାଇଆଲର୍ଟରେ ସୁରକ୍ଷା ବାହିନୀ
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
Comments are closed.