Latest Odisha News

BREAKING NEWS

ଏବର୍ଷ ହେବନି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦ୍ୱନ୍ଦ୍ୱ ଭିତରେ ଥିବା ଚଳିତ ବର୍ଷର ରଥଯାତ୍ରା ଶେଷରେ ବନ୍ଦ ହୋଇଯାଇଛି । ଚଳିତବର୍ଷ ରଥଯାତ୍ରା ହେବନି ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ଫଳରେ ଜୁନ୍ ୨୩ ତାରିଖରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ବନ୍ଦ ହୋଇଯାଇଛି ।

ସୁପ୍ରିମକୋର୍ଟରେ ରଥଯାତ୍ରା ନେଇ ହୋଇଥିବା ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି କହିଛନ୍ତି, ଲୋକଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତା ଦୃଷ୍ଟିରୁ ଚଳିତବର୍ଷର ରଥଯାତ୍ରାକୁ ବନ୍ଦ ରଖାଯାଉଛି । କରୋନା ମହାମାରୀ ସମୟରେ ଏଭଳି ଅନୁମତି ଦିଆଯାଇପାରିବ ନାହିଁ । ଏଭଳି ଅନୁମତି ଦେଲେ ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା ଦେବେ ନାହିଁ । ମହାମାରୀ ସମୟରେ ଏତେ ସଂଖ୍ୟାରେ ଲୋକ ଏକାଠି ହୋଇପାରିବେ ନାହିଁ । ଏଥିସହ ଓଡିଶାର କେଉଁ ମନ୍ଦିରରେ ମଧ୍ୟ ରଥଯାତ୍ରା ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.