Latest Odisha News

BREAKING NEWS

କଂଗ୍ରେସରୁ ନିଲମ୍ବିତ ହେଲେ ସୁର ରାଉତରାୟଙ୍କ ପୁଅ ମନ୍ମଥ

ଭୁବନେଶ୍ୱର:ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି କଂଗ୍ରେସ। ମନ୍ମଥ ରାଉତରାୟଙ୍କୁ ଦଳରୁ ନିଲମ୍ବିତ କରିଛି କଂଗ୍ରେସ । ଦଳର ଶୃଙ୍ଖଳା କମିଟି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

କିଛି ଦିନ ତଳେ ମନ୍ମଥ ଗଣମାଧ୍ୟମକୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ନାହିଁ ବୋଲି କହିଥିଲେ । କଂଗ୍ରେସରେ ଥାଇ ଏପରି ବକ୍ତବ୍ୟ ଦେବା ନେଇ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ହେଲେ ମନ୍ମଥଙ୍କ ପକ୍ଷରୁ ଏହାର ଉତ୍ତର ରଖାଯାଇ ନଥିଲା । ଫଳରେ ଦଳର ଶୃଙ୍ଖଳା କମିଟି ପକ୍ଷରୁ ମନ୍ମଥଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସୂଚନା ଥାଉ କି, କିଛି ଦିନ ତଳେ ମନ୍ମଥ କହିଥିଲେ,୨୦୨୪ରେ ସେ ନିର୍ବାଚନ ଲଢିବେ କିନ୍ତୁ କଂଗ୍ରେସରୁ ନୁହେଁ । ସେ ଆହୁରି କହିଥିଲେ, ତାଙ୍କ ବାପା ସୁର ରାଉତରାୟ ତାଙ୍କର ଜୀବନର ୬୦ ବର୍ଷ କଂଗ୍ରେସ ପାଇଁ ଦେଇ ସାରିଛନ୍ତି । ହେଲେ  ସେ ତାଙ୍କ  ନିଷ୍ପତ୍ତି  ନିଜେ ନେବାଲାଗି ସ୍ୱାଧୀନତା ଦିଆଯାଇଛି । ତାଙ୍କର ଏକ ନିଜସ୍ୱ ସର୍କଲ ଅଛି ।  ନିଜ ବ୍ୟକ୍ତିଗତ ସ୍ତରକୁ ଦେଖି ଏବଂ ବିଧାନସଭା ମଣ୍ଡଳୀର ଜନତାଙ୍କୁ ଦେଖି ସେ ନିଷ୍ପତ୍ତି ନେଇଛି ଯେ,  ୨୦୨୪ରେ  କଂଗ୍ରେସ ଟିକେଟରେ ଲଢିବେ ନାହିଁ । ତେବେ ସେ ବାପାଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ପରି ନିଃସ୍ୱାର୍ଥପର ସେବା ମନୋଭାବ ନେଇ କାମ କରିବେ ବୋଲି କହିଥିଲେ ।

ଅନ୍ୟପକ୍ଷେ ଏହାର ଉତ୍ତର ରଖି ବିଧାୟକ ସୁର ରାଉତରାୟ କହିଥିଲେ, ସେ ଯେଉଁଠି କହିବେ ତାଙ୍କ ପୁଅ ସେହିଠାରୁ ଲଢିବ । ଅନ୍ୟ କେଉଁ ଦଳରୁ ନୁହେଁ କେବଳ କଂଗ୍ରେସ ଟିକେଟରୁ ହିଁ ଲଢିବ ବୋଲି ସେ ଦୃଢତାର ସହ କହିଥିଲେ । ଏପରିକି ସୁର ପୁଅ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ କଥା ମଧ୍ୟ ଗତକାଲି  କହିଥିଲେ ।  ଏପରିକି ଦଳର ପ୍ରଭାରୀ ଯେତେବେଳେ ଏନେଇ ଆଲୋଚନା କରିଥିଲେ ସେତେବେଳେ ମଧ୍ୟ ପୁଅ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଥିଲେ ସୁର ରାଉତରାୟ   ।

Leave A Reply

Your email address will not be published.