Latest Odisha News

BREAKING NEWS

ହାଇଦ୍ରାବାଦରେ ଅଘଟଣ : ଭୁଶୁଡିଲା ନିର୍ମାଣାଧୀନ କୋଠାର ସେଣ୍ଟ୍ରିଂ , ୩ ଓଡିଆ ଶ୍ରମିକ ମୃତ, ୩ ଆହତ

ହାଇଦ୍ରାବାଦ: ହାଇଦ୍ରାବାଦରେ ଅଘଟଣ  । ଏକ ନିର୍ମାଣାଧୀନ କୋଠାର ସେଣ୍ଟ୍ରିଂ ଭୁଶୁଡ଼ି ୩ ଜଣ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ଘଟିଛି  । ମୃତକ ମାନେ ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ମୁଦୁଲିପଡା ପଞ୍ଚାୟତ ବଡପଦା ଗାଁର ସନ୍ତୁ ବଡ ନାୟକ , ସୋନିଆ ବଡନାୟକ ଓ ସୋନିଆ କଲମ ବୋଲି ଜଣାପଡିଛି  । ଏଥିରେ  ୩ ଶ୍ରମିକ ଗୁରୁତର ମଧ୍ୟ ହୋଇଥିବା ଜଣାପଡିଛି  । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି  ରାତିରେ ହାଇଦ୍ରାବାଦରେ ଏକ ୫ ମହଲା କୋଠାରେ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏହି ସମୟରେ ଶ୍ରମିକମାନେ କୋଠାରେ କାମ କରୁଥିଲେ।  ହଠାତ୍  କୋଠାର ସେଣ୍ଟ୍ରିଂ ଭୁଶୁଡ଼ି ପଡ଼ିଥିଲା। ଏହି ସେଣ୍ଟ୍ରିଂ ତଳେ ୬ଜଣ ଓଡ଼ିଆ ଶ୍ରମିକ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ  ଭର୍ତ୍ତି କରାଯାଇଛି।   ମୃତାହତଙ୍କ ପରିବାର ଲୋକେ ହାଇଦ୍ରାବାଦ ଯାଇଛନ୍ତି।  ମୃତଦେହ କିପରି ଓଡ଼ିଶାକୁ ଅଣାଯିବ ସେ ନେଇ ବ୍ୟବସ୍ଥା କରାଯାଉଛି  । ତେବେ ନିମ୍ନ ମାନର କାମ ଯୋଗୁଁ ଏଭଳି ଘଟିଥିବା  କୁହାଯାଉଛି  ।

 

 

Leave A Reply

Your email address will not be published.