Latest Odisha News

BREAKING NEWS

ଗଞ୍ଜାମରେ କ୍ୱାରେଣ୍ଟାଇନ ସେଣ୍ଟରରେ ସୁରତ ଫେରନ୍ତାଙ୍କ ମୃତ୍ୟୁ

ପୋଲସରା : ଗଂଜାମ ଜିଲ୍ଲା ପୋଲସରା ବ୍ଲକର ଢ଼ୁଙ୍କାପଡ଼ା କ୍ୱାରେଣ୍ଟାଇନ ସେଣ୍ଟରରେ ଅଘଟଣ । ଏହି ସେଣ୍ଟରରେ ଜଣେ ସୁରତ ଫେରନ୍ତାଙ୍କ ଆଜି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ମୃତ୍ୟୁର କାରଣ ଏ ଯାଏଁ ସ୍ପଷ୍ଟ ହୋଇନାହିଁ ।

ମୃତକ ଦୁଇ ଦିନ ତଳେ ସୁରତରୁ ଟ୍ରେନରେ ଓଡିଶା ଫେରିଥିଲେ । ଘଟଣା ସ୍ଥଳରେ ପହଞ୍ଚି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ ଯେ, ସୁରତରୁ ଗଂଜାମ ଫେରିଥିବା ପ୍ରବାସୀ ଓଡିଆଙ୍କ ସଂଖ୍ୟଆ ବୃଦ୍ଧି ସହିତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଦୃତ ବୃଦ୍ଧି ଘଟିଛି ।

ଆଜି ଗୋଟିଏ ଦିନରେ ଜିଲ୍ଲାରେ ସର୍ବାଧିକ କରୋନା ପଜିଟିଭ ରୋଗୀ ଚିହ୍ନଟ ହେବା ସହିତ ମୋଟ ସଂଖ୍ୟା ୭୧ରେ ପହଞ୍ଚିଛି ।
ଏଥି ସହିତ ରାଜ୍ୟରେ ଗଂଜାମ ଜିଲ୍ଲା କରୋନା ପଜିଟିଭ୍ ସଂଖ୍ୟାରେ ଏକ ନମ୍ବର ସ୍ଥାନରେ ପହଞ୍ଚିଛି ।

Leave A Reply

Your email address will not be published.