Latest Odisha News

BREAKING NEWS

ପଂଜାବରେ ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟକୁ ଖରାରୁ ବଂଚାଇବା ପାଇଁ ଲୋକେ ପଗଡି ଖୋଲିଦେଲେ

ଚଣ୍ଡୀଗଡ: ପଂଜାବର ନଂବାସହରରେ ଏକ ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସହରରୁ ୫ କିଲୋମିଟର ଦୂରରେ ବିମାନ ଖସିବା ଦେଖିବା ମାତ୍ରେ ଚାଷ କରୁଥିବା କେତେକ କୃଷକ ସେଠାକୁ ଦୌଡି ଆସିଥିଲେ । ଯନ୍ତ୍ରଣାରେ ଛଟପଟ ହେଉଥିବା ପାଇଲଟକୁ ସେମାନେ ସହଯୋଗ କରିବା ସହ ଖରାରୁ ବଂଚାଇବା ପାଇଁ ପଗଡି ଖୋଲି ଛାଇ କରିଥିଲେ । ପାଇଲଟଙ୍କୁ ଏକୁଟିଆ ଛାଡି କି ନ ଯାଇ ଅପେକ୍ଷା କରିଥିଲେ ।

କିଛି ସମୟ ପରେ ଏୟାରଫୋର୍ସର ହେଲିକପ୍ଟର ଆସି ପାଇଲଟକୁ ନେଇଥିଲା । ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଇଣ୍ଡିଆନ ଏୟାର ଫୋର୍ସ ପାଇଲଟକୁ ସାହାଯ୍ୟ କରିଥିବା ନେଇ ସ୍ଥାନୀୟ ବାସିନ୍ଦା ଧନ୍ୟବାନ ଜଣାଇଛି ।

Leave A Reply

Your email address will not be published.