Latest Odisha News

BREAKING NEWS

ଅପ୍ରେଲ ୮ ତାରିଖରେ ମହାକାଶରେ ଦୃଶ୍ୟମାନ ହେବାକୁ ଯାଉଛି ପୂର୍ଣ୍ଣ ସୂର୍ଯ୍ୟପରାଗ ,ଏହାକୁ ନେଇଁ କ’ଣ କହିଲେ ଜ୍ୟୋତିର୍ବିଦ

ଭୁବନେଶ୍ୱର: ଅପ୍ରେଲ ୮ ତାରିଖରେ ମହାକାଶରେ ଦୃଶ୍ୟମାନ ହେବାକୁ ଯାଉଛି ପୂର୍ଣ୍ଣ ସୂର୍ଯ୍ୟପରାଗ । ଦିନରେ ଘୋଟିଯିବ ଅନ୍ଧକାର । ସୂର୍ଯ୍ୟପରାଗ କେଉଁ କେଉଁ ଦେଶରେ ଦୃଶ୍ୟମାନ ହେବ ଏବଂ ଏହା ହେବାର କାରଣ କଣ ହୋଇଥାଏ ଆସନ୍ତୁ ଜାଣିବା ବୈଜ୍ଞାନିକଙ୍କ ମତ ଅନୁସାରେ, ଆସନ୍ତାକାଲି ହେବାକୁ ଯାଉଥିବା ସୂର୍ଯ୍ୟପରାଗ ବିରଳ ଅଟେ । ଏହା ଆମେରିକା ସମେତ ବିଶ୍ୱର ଅନେକ ଦେଶରେ ଦୃଶ୍ୟମାନ ହେବ । ଆମେରିକାର ସ୍ପେସ୍ ଏଜେନ୍ସି ନାସା ସୂଚନା ଅନୁଯାଇ, ସୂର୍ଯ୍ୟପରାଗ ଆମେରିକା ସମେତ ମେକ୍ସିକୋ, କାନାଡା ଏବଂ ଉତ୍ତର ଆମେରିକାର ଅନ୍ୟାନ୍ୟ ସ୍ଥାନରେ ଦୃଶ୍ୟମାନ ହେବ । କିନ୍ତୁ ଭାରତରେ ଏହାର ବିଶେଷ କିଛି ପ୍ରଭାବ ପଡିବନି । ଜ୍ୟୋତିର୍ବିଦମାନଙ୍କ ଆକଳନ ଅନୁସାରେ ଏହି ପୂର୍ଣ୍ଣ ସୂର୍ଯ୍ୟପରାଗର ପ୍ରଭାବ ପ୍ରାୟତଃ ୧୨ ଘଣ୍ଟା ରହିବ । ଆସନ୍ତାକାଲି ମଧ୍ୟାହ୍ନ ୨ଟା ୧୨ରୁ ଆରମ୍ଭ ହୋଇ ଏପ୍ରିଲ ୯ ମଧ୍ୟ ରାତି ୨ଟା ୨୨ରେ ଶେଷ ହେବ।

ତେବେ ଆସନ୍ତୁ ଜାଣିବା ଏହି ପରାଗକୁ ଖାଲି ଆଖିରେ ଦେଖି ପାରିବେ କି ନାହିଁ? ବିଶେଷଜ୍ଞଙ୍କ ମତ ଅନୁସାରେ, ପରାଗ ସମ୍ପୂର୍ଣ୍ଣ ହେବା ପରେ ପରେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖିପାରିବେ। ଏଥିପାଇଁ କୌଣସି ପ୍ରକାର ସନ୍ ଗ୍ଲାସର ବ୍ୟବହାର କରିବାକୁ ପଡ଼ିବନି । ପୂର୍ଣ୍ଣ ସୂର୍ଯ୍ୟପରାଗ ହେବାର କାରଣ ହେଉଛି ଯେଉଁ ସମୟରେ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟ ଦେଇ ଚନ୍ଦ୍ର ଗତି କରିଥାଏ ଠିକ୍ ସେହି ସମୟରେ ଏହି ଜାଗତିକ ଘଟଣା ଘଟେ। ଯାହା ଫଳରେ ଚନ୍ଦ୍ର, ସୂର୍ଯ୍ୟଙ୍କ ଡିସ୍କକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ପୃଥିବୀପୃଷ୍ଠରେ ଏକ ବିରାଟ ଛାୟା ସୃଷ୍ଟି କରେ। ନାସାର ମତ ଅନୁସାରେ ଏହି ସମୟ ମଧ୍ୟରେ ଆକାଶ ଅନ୍ଧକାର ହୋଇଯାଏ

 

 

Leave A Reply

Your email address will not be published.