Latest Odisha News

BREAKING NEWS

ଜାତୀୟ ଦଳକୁ ଫେରିବାକୁ ହେଲେ ସୂର୍ଯ୍ୟକୁମାରଙ୍କୁ କରିବାକୁ ପଡିବ ରନ, ସୂଚନା ଦେଲା ବିସିସିଆଇ

ନୂଆଦିଲ୍ଲୀ: ସୂର୍ଯ୍ୟକୁମାରଙ୍କ ଜାତୀୟ ଦଳକୁ ପ୍ରତ୍ୟାବର୍ତନ ନେଇ ବଡ ସୂଚନା ବିସିସିଆଇ ଦେଇଛି । ଏଏନଆଇ ଖବର ଅନୁସାରେ ସୂର୍ଯ୍ୟକୁମାରଙ୍କ ପାଇଁ ଏବେ ବି ରାସ୍ତା ଖୋଲା ରହିଛି । ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରି ସେ ଜାତୀୟ ଦଳକୁ ଫେରିପାରିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ବର୍ତମାନ ସେ ଆମ ଯୋଜନାର ଅଂଶ ବିଶେଷ ନାହାନ୍ତି କିନ୍ତୁ ପ୍ରତ୍ୟାବର୍ତନର ସୁଯୋଗ ଏବେ ବି ରହିଛି । ଖରାପ ଫର୍ମ ଯୋଗୁ ଟି୨୦ ବିଶ୍ୱକପ ବିଜୟୀ ଦଳର ଅଧିନାୟକ ସୂର୍ଯ୍ୟକୁମାର ଦଳରୁ ବାଦ ପଡିଥିଲେ ।

ତାଙ୍କ ସ୍ଥାନରେ ଶ୍ରେୟାଶ ଆୟାର ଦଳର ନେତୃତ୍ୱ ନେଉଛନ୍ତି । ଭାରତ ତାଙ୍କ ନେତୃତ୍ୱରେ କ୍ରମାଗତ ୨ଟି ସିରିଜରେ ପରାଜିତ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତ ଗୋଟିଏ ବି ସିରିଜ ହାରି ନ ଥିଲା । ସେ ୧୧୩ ମ୍ୟାଚରେ ୩୨୭୨ ରନ କରିଛନ୍ତି । ଏଥିରେ ୪ ଶତକ ଓ ୨୫ ଅର୍ଦ୍ଧଶତକ ସାମିଲ । ୧୧୭ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ରହିଛି । ସୂର୍ଯ୍ୟକୁମାର ତାଙ୍କ ଆନ୍ତର୍ଜାତୀୟ ଟି୨୦ କ୍ୟାରିୟରରେ ୨୯୭ ଚୌକା, ୧୭୯ ଛକା ମାରିଥିବା ବେଳେ ୫୮ କ୍ୟାଚ ନେଇଛନ୍ତି ।

Leave A Reply

Your email address will not be published.