Latest Odisha News

BREAKING NEWS

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ନକଲି ଖବର ପ୍ରଚାର ଅଭିଯୋଗରେ ‘ଆଡଭୋକେଟ୍’ ଗିରଫ

ମୁମ୍ବାଇ: ବଲିଉଡ ଅଭିନେତା ସ୍ୱର୍ଗତଃ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଦିଲ୍ଲୀର ଜଣେ ଓକିଲଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ। ନିଜକୁ ଓକିଲ ବୋଲି ଦାବି କରୁଥିବା ଏହି ବ୍ୟକ୍ତିଙ୍କୁ ଗିରଫ କରି ମୁମ୍ବାଇ ଅଣାଯାଇଛି। ଏନଡିଟିଭିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅନେକ ଆଇନ ଅଧୀନରେ ତାଙ୍କୁ ଗିରଫ କରାଯାଇଛି ।

ସୋସିଆଲ ମିଡିଆର ଗାଇଡ଼ଲାଇନକୁ ଉଲ୍ଲଂଘନ କରିବା ଅଭିଯୋଗରେ ଅଭିଯୁକ୍ତ ବିବେକ ଆନନ୍ଦଙ୍କ ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ସସପେଣ୍ଡ କରି ଦିଆଯାଇଛି । ପୋଲିସ ଦେଇଥିବା ସୂଚନୁସାରେ, ଆନନ୍ଦ ସୋସିଆଲ ମିଡିଆରେ ଅନେକ ସମ୍ବେଦନଶୀଳ ତଥା ବଦନାମ ଅଭିଯୋଗ କରିବା ସହିତ ସୁଶାନ୍ତ ଏବଂ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ଙ୍କ ମୃତ୍ୟୁ ମାମଲାରେ ଅନେକ ମନ ଗଢ଼ା କାହାଣୀ ରଚନା କରିଥିଲେ ଏବଂ ତାଙ୍କ ପୋଷ୍ଟ ମାଧ୍ୟମରେ ଅନେକ ଲୋକଙ୍କୁ ଟାର୍ଗେଟ ମଧ୍ୟ କରିଥିଲେ।

ଏହି ଅଭିଯୁକ୍ତ ଜଣଙ୍କ ଟ୍ୱିଟରରେ ଦାବି କରିଛନ୍ତି ଯେ ମୃତ୍ୟୁ ପୂର୍ବରୁ ଦିଶାଙ୍କୁ ବଳାତ୍କାର କରାଯାଇଥିଲା ଏବଂ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କର ନାମ ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ମୁମ୍ବାଇର ଏକ ଆପାର୍ଟମେଂଟର ୧୪ ମହଲାରୁ ଖସିଯିବା ପରେ ଜୁନ ୮ ରେ ଦିଶାଙ୍କର ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.