Latest Odisha News

ଜାଣନ୍ତୁ କଣ ଆସିଲା ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟ ?

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ରବିବାର ଦିନ ମୁମ୍ବାଇ ବାନ୍ଦ୍ରା ସ୍ଥିତି ତାଙ୍କ ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଥିବା ନେଇ ରବିବାର ଦିନ ଆଲୋଡନ ସୃଷ୍ଟି କରିଥିଲା । ଖବର ପାଇ ପୋଲିସ ତାଙ୍କ ବାସଭବନରେ ପହଞ୍ଚିଥିଲା । ପ୍ରାଥମିକ ଯାଞ୍ଚ ପରେ ତାଙ୍କ ରୁମରୁ ଏକ ସବୁଜ ରଙ୍ଗର କପଡ଼ା ମିଳିଥିଲା । ଯେଉଁଥିରେ ଝୁଲି ସେ ଆତ୍ମହତ୍ୟା କରିଥିବା ପୋଲିସ ଖବର ଦେଇଥିଲା ।ଏହାପରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନିଆ ଯାଇଥିଲା । ଏହି ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ସୁଶାନ୍ତ ଆତ୍ମହତ୍ୟା କରିଥିବା ଏହି ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ କରାଯାଇଛି। ଏହାପରେ ତାଙ୍କର ଅଙ୍ଗ ପ୍ରତ୍ୟଙ୍ଗ ଯାଞ୍ଚ ହେବ । ଏଥିପାଇଁ ସୁଶାନ୍ତ ମୃତ ଶରୀରକୁ ଜେ.ଜେ. ହସ୍ପିଟାଲ ପଠାଯାଇଛି । ସେଠାରେ ତାଙ୍କ ଅଙ୍ଗ ପ୍ରତ୍ୟଙ୍ଗରେ ବିଷ ଅଛି କି ନାହିଁ ପରୀକ୍ଷା କରାଯିବ ।

ମିଳିଥିବା ସୂଚନା ଅନୁଯାୟୀ, ମୁମ୍ବାଇରେ ସୁଶାନ୍ତଙ୍କ ପରିବାର ଲୋକ ପହଞ୍ଚିଛନ୍ତି । ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ସଂସ୍କାର ମୁମ୍ବାଇରେ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.