Latest Odisha News

କୋଭିଡ୍ ସମ୍ବନ୍ଧୀୟ ସତ୍ୟାସତ୍ୟ ତଥ୍ୟ ଜାଣିବା ପାଇଁ ଜାତିସଂଘର ଅଭିନବ ପ୍ରୟାସ; ଭାରତ ନେବ ୧୩ ଦେଶର ନେତୃତ୍ୱ !

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଙ୍କଟ । ଏହି ସଙ୍କଟ ସମୟରେ କରୋନା ଭୂତାଣୁକୁ ନେଇ ଅନେକ ଦେଶ ପ୍ରଚାର କରୁଥିବା ମିଥ୍ୟା ଖବରକୁ ପ୍ରତିବାଦ କରିବା ସହ ତଥ୍ୟଭିତ୍ତିକ ସତ୍ୟକୁ ପ୍ରତିପାଦନ କରିବା ପାଇଁ ଜାତିସଂଘ ଆରମ୍ଭ କରିଛି ଏକ ଅଭିନବ ଉଦ୍ୟମ । ବିଶ୍ବର ପାଖାପାଖି ୧୩୦ରୁ ଅଧିକ ଦେଶ ଏପରି ମିଥ୍ୟା ଖବର ବିରୋଧରେ ସ୍ବର ଉଠାଇଛନ୍ତି ।

ଏହି ସଙ୍କଟ ସମୟରେ ଲୋକଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ଭୁଲ୍ ଉପଦେଶ, ଘୃଣ୍ୟ ଭାଷଣ ଏବଂ ନାନାଦି ଷଡ଼ଯନ୍ତ୍ର ହିଁ ଲୋକଙ୍କୁ ବେଶୀ ଆତଙ୍କିତ କରୁଛି। ମହାମାରୀ କୋଭିଡ୍–୧୯ ଯେତିକି କ୍ଷତିକାରକ ସାବ୍ୟସ୍ତ ହୋଇଛି, ଏପରି ମଥ୍ୟା ସୂଚନା ହିଁ ଲୋକଙ୍କ ସ୍ବାସ୍ଥ୍ୟ ଏବଂ ନିରାପତ୍ତାରେ ତା’ଠାରୁ ଅଧିକ କ୍ଷତି ପହଞ୍ଚାଇଛି।

ଏହାର ପ୍ରତିହତ ନିମନ୍ତେ ଜାତିସଂଘ ଆରମ୍ଭ କରିଛି ଏକ ନୂଆ ଅଭିଯାନ। ଜାତିସଂଘର ଏହି ଅଭିଯାନରେ ଭାରତ ନେତୃତ୍ବରେ ସାମିଲ ହୋଇଛନ୍ତି ୧୩ଟି ଦେଶ । ଏହି ଦେଶଗୁଡି଼କ ହେଲା ଅଷ୍ଟ୍ରେଲିଆ, ଚିଲି, ଫ୍ରାନ୍ସ, ଜର୍ଜିଆ, ଇଣ୍ଡୋନେସିଆ, ଲାଟିଭିଆ, ଲେବାନନ୍, ମରିସସ୍‌, ମେକ୍ସିକୋ, ନରୱେ, ସେନେଗାଲ୍ ଓ ଦକ୍ଷିଣ ଆଫ୍ରିକା।
କରୋନ ମହାମାରୀର ଉପଦ୍ରବକୁ ପ୍ରତିହତ କରିବା ସହ କରୋନାଭୂତାଣୁ ସଂକ୍ରାନ୍ତ ମିଥ୍ୟା ସୂଚନା ସଂକ୍ରମଣକୁ ପ୍ରତିରୋଧ କରିବା ହିଁ ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି ଜାତିସଂଘ ମହାସଚିବ ଆେଣ୍ଟାନିଓ ଗୁଟେରେସ୍‌ କହିଛନ୍ତିା

Leave A Reply

Your email address will not be published.