ଭୁବନେଶ୍ୱର: ରାଜଧାନୀ ସ୍ଥିତ ଚନ୍ଦ୍ରଶେଖରପୁର ଥାନା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ହାଉସିଂବୋର୍ଡ କଲୋନୀ ସରକାରୀ କ୍ବାଟରରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ସୁଜାତା ରାଣି କର । ବୁଧବାର ବିଷ ପିଇ ଜୀବନ ହାରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ଗତ ଦୁଇ ମାସ ପୂର୍ବେ ଚନ୍ଦ୍ରଶେଖରପୁର ଥାନାରେ ନିଯୁକ୍ତ ହୋଇଥିଲେ ହୋମଗାର୍ଡ ସୁଜାତା ରାଣି କର । ୬ ମାସ ତଳେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା । ମୃତ ହୋମଗାର୍ଡଙ୍କ ଗୋଟିଏ ପୁଅ ଓ ଝିଅ ଅଛନ୍ତି । ତେବେ ସ୍ବାମୀଙ୍କ ମୃତ୍ୟୁ ପରେ ସୁଜାତା ଅବସାଦରେ ଥିଲେ, ତେଣୁ ତାଙ୍କର ମୃତ୍ୟୁ ହୋଇଥିବା ସୁଜାତାଙ୍କ ମାଆ କହିଛନ୍ତି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି ।
Comments are closed.