Latest Odisha News

BREAKING NEWS

ଆଦାନୀ ଫାଉଣ୍ଡେସନ ପକ୍ଷରୁ ‘ସ୍ୱଚ୍ଛାଗ୍ରହ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଧାମରା: ‘ସ୍ୱଚ୍ଛାଗ୍ରହ’– ଶିକ୍ଷାରେ ଏକ ବ୍ୟବହାରିକ ପରିବର୍ତ୍ତନ, ଯାହା ଆଦାନୀ ଫାଉଣ୍ଡେସନର ଏକ ନିଆରା ପଦକ୍ଷେପ । ସ୍ୱାଧୀନତା ସଂଗ୍ରାମ ସମୟରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ସତ୍ୟାଗ୍ରହରୁ ଅନୁପ୍ରାଣିତ ହୋଇ ଏବେ ବି ଭାରତୀୟଙ୍କୁ ପ୍ରେରଣା ଯୋଗାଉଛି । ସ୍ୱଚ୍ଛାଗ୍ରହକୁ ବିଭିନ୍ନ ସ୍ତରରେ କାର୍ଯ୍ୟକାରୀ କରାଯାଉଛି । ପ୍ରଥମତଃ ସ୍କୁଲ ସ୍ତରରେ ଏହାକୁ ଆରମ୍ଭ କରାଯାଇ ଏ ପର୍ଯ୍ୟନ୍ତ ୮୦ ହଜାରରୁ ଅଧିକ ସ୍ୱେଚ୍ଛାଗ୍ରହୀଙ୍କ ସହାୟତାରେ ୧୯ ରାଜ୍ୟର ୫୭୦୦ ସ୍କୁଲରେ ଏହି କାର୍ଯ୍ୟକ୍ରମ ପହଞ୍ଚିସାରିଲାଣି । ୬ ହଜାରରୁ ଊଦ୍ଧ୍ୱର୍ ଶିକ୍ଷକ ଏହି କାର୍ଯ୍ୟକ୍ରମ ନିମନ୍ତେ ପ୍ରଶିକ୍ଷଣ ନେଇଛନ୍ତି ଓ ସ୍ୱେଚ୍ଛାଗ୍ରହୀଙ୍କୁ ପରାମର୍ଶ ଦେଉଛନ୍ତି ।

୨୦୧୫ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଏବେ ବେଶ ଆଗକୁ ଯିବାରେ ଲାଗିଛି । ବର୍ତ୍ତମାନ ଧାମରା ଓ ଭଦ୍ରକର ୨୦୨ ସ୍କୁଲରେ ଏହି କାର୍ଯ୍ୟକ୍ରମ ଚାଲିଛି । ଗତ ସେପ୍ଟେମ୍ବର ୨୫ ତାରିଖରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଭଦ୍ରକ ସଂସ୍କୃତି ଭବନଠାରେ ଏକ ସ୍ୱଚ୍ଛାଗ୍ରହ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ଭଦ୍ରକର ୧୫୮ ସ୍କୁଲ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀ ସଂଗ୍ରାମ କେଶରୀ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଭଦ୍ରକ ବ୍ଲକ ଶିକ୍ଷା ଅଧିକାରୀ ଶମ୍ଭୁନାଥ ପାଣିଗ୍ରାହୀ, ଜିଲ୍ଲା ବିଜ୍ଞାନ ସୁପରଭାଇଜର ସରୋଜ ସାହୁ, ପ୍ରଦୁ୍ୟମ୍ନ ରାୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ଶ୍ରୀ ସାହୁ କହୁଥିଲେ, ସ୍ୱଚ୍ଛାଗ୍ରହ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛ ଭାରତ ଅଭିଯାନ ସହ ଜଡିତ । ଭାରତର ଆଗାମୀ ପିଢିଙ୍କ ଭିତରେ ସ୍ୱଚ୍ଛତାର ସଂସ୍କୃତି ସୃଷ୍ଟି କରିବା ଏହି ଯୋଜନା ଭିତରେ ରହିଛି । ଏଥିରେ ଭଦ୍ରକର ହମିରିବିନ୍ଧା ପ୍ରାଥମିକ ସ୍କୁଲ, କୋଡାବରିଆଁ ସରକାରୀ ଉଚ୍ଚ ପ୍ରାଥମିକ ଓ ଓକାରା ନୋଡାଲ ଉଚ୍ଚ ବିଦ୍ୟାଳୟ ଏବଂ ଧାମରାର ବିଜୟପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସରସ୍ୱତୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବାଲୁସାହି ପ୍ରୋଜେକ୍ଟ ସ୍କୁଲକୁ ଶ୍ରେÂ ୩ ସ୍ୱେଚ୍ଛାଗ୍ରହ ସ୍ୁଲ ଭାବେ ପୁରସ୍କୃତ କରାଯାଇଥିଲା ।

ଭକ୍ତବ୍ରହ୍ମପୁର ପ୍ରୋଜେକ୍ଟ ସ୍କୁଲର ଶ୍ରୀମାଞ୍ଜଳୀ କର, ଚଡକ ମୋହଲ୍ଲା ସ୍କୁଲର ରଜନୀ ଖଟୁଆ, ଓଲଗାଁ ୟୁପି ସ୍କୁଲର ଦେବୀଶ୍ରୀ ନାୟକ, ବାଲିସାହି ପ୍ରୋଜେକ୍ଟ ସ୍କୁବର ଯୀଶ୍ନୁ ଜନ୍ମ ଦାସ, ଜିପି ହାଇସ୍କୁଲର ବିଜୟାନନ୍ଦ ସାମନ୍ତ, ସୁକଚନ୍ମନ ହାଇସ୍କୁଲର ସୁଭଦ୍ରା ପାଲଙ୍କୁ ଶ୍ରେÂ ସ୍ୱେଚ୍ଛାଗ୍ରହୀ ପ୍ରବନ୍ଧ ଲେଖକ ଭାବେ ପୁରସ୍କୃତ କରାଯାଇଥିଲା । ସେହିପରି ଭଦ୍ରକର ଆଦିତ୍ୟ ପ୍ରଭଞ୍ଜନ ପ୍ରଧାନ, ଶୁଭମ ଦାସ, ଅର୍ଚ୍ଚିତା ନାୟକ ଓ ଧାମରାର ଚିନ୍ମୟୀ ମହାପାତ୍ର, ସୌମ୍ୟରଞ୍ଜନ ବର୍ମନ ଓ ପ୍ରଭାତ ମୈତୀଙ୍କୁ ଶ୍ରେଷ୍ଠ ସ୍ୱେଚ୍ଛାଗ୍ରହୀ ଛାତ୍ର ଭାବେ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ୩ଜଣକୁ ‘ସଫାଇ କେ ସିତାରେ’ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.