Latest Odisha News

BREAKING NEWS

ରାଉରକେଲାରେ ଚାଞ୍ଚଲ୍ୟ; ଏସିଡ୍ ମାଡରେ ପରିବାରର ୪ ସଦସ୍ୟ ଆହତ

ରାଉରକେଲା: ରାଉରକେଲାର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର-ଏ ଅଞ୍ଚଳରେ ଏସିଡ୍ ମାଡରେ ବୁଧବାର ରାତିରେ ଗୋଟିଏ ପରିବାରର ୪ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି ।

ଗୁରୁତର ଆହତ ହୋଇଥିବା ପିଡିତ ମାନେ ହେଲେ ନଗେନ୍ଦ୍ର ପଣ୍ଡା, ତାଙ୍କ ପତ୍ନୀ ସଙ୍ଗୀତା, ସାନ ଭାଇ ବିଦ୍ୟାକାନ୍ତ ଓ ମାଆ ସୁଲୋଚନା ।

ଅପରପକ୍ଷରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ବନ୍ଧମୁଣ୍ଡା ରେଲୱେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଇସ୍ପାତ ଜେନେରାଲ୍ ହସ୍ପିଟାଲ (ଆଇଜିଏଚ)କୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ, ସନ୍ତୋଷ ସୋନୀ ନାମକ ଜଣେ ଯୁବକ ଜମିଜମା ବିବାଦକୁ ନେଇ ନଗେନ୍ଦ୍ରଙ୍କ ଘରେ ଧସେଇ ପଶିବା ସହ ତାଙ୍କ ପରିବାର ବର୍ଗଙ୍କ ଉପରକୁ ଏସିଡ୍ ମାଡ କରିଥିବା ଅଭିଯୋଗ ହୋଇଛି ।

ଏସିଡ୍ ମାଡ କରିବା ପରେ ସନ୍ତୋଷ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ ବନ୍ଧମୁଣ୍ଡା ପୋଲିସ ତାକୁ ଗିରଫ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.