Latest Odisha News

BREAKING NEWS

୧୯୭୧ ଭାରତ-ପାକ ଯୁଦ୍ଧକୁ ୫୦ ବର୍ଷ, ଦେଶ ପାଳୁଛି ସ୍ୱର୍ଣ୍ଣିମ ବିଜୟ ବର୍ଷ

ନୂଆଦିଲ୍ଲୀ: ୧୯୭୧ ମସିହା ଭାରତ-ପାକ୍ ଯୁଦ୍ଧକୁ ୫୦ବର୍ଷ ପୂରିଛି । ଆଜି ଦେଶ ପାଳୁଛି ସ୍ୱର୍ଣ୍ଣିମ ବିଜୟ ବର୍ଷ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଣ୍ଣିମ ବିଜୟ ମଶାଲ ପ୍ରଜ୍ୱଳିତ କରିବେ । ଦିଲ୍ଲୀ ସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ସିଡିଏସଙ୍କ ସମେତ ତିନି ସେନା ମୁଖ୍ୟ । ବୀର ଯବାନଙ୍କ ବଳିଦାନକୁ ସମ୍ମାନ ଜଣାଇବେ ।

ସ୍ୱର୍ଣ୍ଣିମ ବିଜୟ ମଶାଲରେ ଅଗ୍ନି ସଂଯୋଗ କରିବେ ପ୍ରଧାନମନ୍ତ୍ରୀ । ସେହି ଅଗ୍ନିରୁ ଚାରିଟି ବିଜୟ ମଶାଲ ପ୍ରଜ୍ୱଳିତ ହେବ । ୧୯୭୧ ମସିହାର ଯୁଦ୍ଧର ପରମ ବୀର ଚକ୍ର ଓ ମହାବୀର ଚକ୍ର ସମ୍ମାନରେ ସମ୍ମାନିତ ସହିଦଙ୍କ ଗାଁ ସମେତ ଏହି ମଶାଲଗୁଡିକୁ ଦେଶର ବିଭିନ୍ନ ସ୍ଥାନକୁ ନିଆଯିବ ।

ପ୍ରତିବର୍ଷ ଡିସେମ୍ବର ୧୬ତାରିଖେ ‘ବିଜୟ ଦିବସ’ ପାଳନ କରାଯାଏ । ୧୯୭୧ ମସିହା ଆଜିର ଦିନରେ ପାକିସ୍ତାନ ସହ ହୋଇଥିବା ଯୁଦ୍ଧରେ ଭାରତ ବିଜୟ ହାସଲ କରିଥିଲା । ପରାଜୟ ବରଣ କରିଥିଲା ପାକିସ୍ତାନ । ଢାକାରେ ୯୩ହଜାର ପାକ୍ ସୈନିକ ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ ।

୧୩ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ଭାରତ ୧୫ଶହ ସାହସୀ ଯୋଦ୍ଧାଙ୍କୁ ହରାଇଥିଲା । ସେହି ଦିନଠାରୁ ପ୍ରତିବର୍ଷ ସୈନିକଙ୍କ ସ୍ମୃତିରେ ଡିସେମ୍ବର ୧୬କୁ ବିଜୟ ଦିବସ ଭାବେ ପାଳନ କରାଯାଉଛି । ଭାରତୀୟ ଯୋଦ୍ଧାଙ୍କ ବଳିଦାନ ସ୍ୱରୂପ ବାଂଲାଦେଶ ପାଇଥିଲା ସ୍ୱାଧୀନତା ।

Comments are closed.