Latest Odisha News

BREAKING NEWS

ସ୍ୱିଡେନର ବରଫ ହୋଟେଲ: ପ୍ରତ୍ୟେକ ବର୍ଷ ତିଆରି ହୁଏ ପରେ ତରଳିଯାଏ

ଷ୍ଟକହୋମ୍‌: ସ୍ୱିଡେନର ଷ୍ଟକହୋମ୍‌ରେ ଏପରି ଏକ ହୋଟେଲ ଅଛି ଯାହା କି ସମ୍ପୂର୍ଣ୍ଣ ଭାବେ ବରଫରେ ତିଆରି । ବରଫ ଜମିବା ପରେ ଏହି ହୋଟେଲ ତିଆରି କରାଯାଏ । ବିଭିନ୍ନ ସ୍ଥାନରେ ପର୍ଯ୍ୟଟକମାନେ ଏଠାକୁ ଛୁଟି କଟାଇବା ପାଇଁ ଆସନ୍ତି । ପରେ ବରଫ ତରଳିବା ପରେ ହୋଟେଲ ମଧ୍ୟ ତରଳିଯାଇଥାଏ ।୧୯୮୯ରୁ ଏହି ହୋଟେଲ ପ୍ରତ୍ୟେକ ବର୍ଷ ତିଆରି କରାଯାଏ । ଏଥିପାଇଁ ୨୫୦୦ ଟନ ବରଫ ନଦୀରୁ ବାହାର କରାଯାଇଥାଏ । ଏଥିରେ କଳାକାର ମାନେ ଆକର୍ଷଣୀୟ ଶୈଳୀରେ ରୁମ୍ ପ୍ରସ୍ତୁତ କରିଥାନ୍ତି । ପ୍ରତିବର୍ଷ ୫୦ ହଜାର ପର୍ଯ୍ୟଟକ ଏହି ରୁମଗୁଡିକରେ ରହିବା ପାଇଁ ଆସନ୍ତି । ଏଥିପାଇଁ ଦୈନିକ ୧୭୦୦୦ ଟଙ୍କା ଦେବାକୁ ପଡିଥାଏ ।

Leave A Reply

Your email address will not be published.