Latest Odisha News

BREAKING NEWS

କୋହଲି, ପାଣ୍ଡ୍ୟାଙ୍କ କରୋନା କଟକଣା ଭାଙ୍ଗିଥିବା ଅଭିଯୋଗର ସତ୍ୟ ସାମ୍ନାକୁ ଆସିଲା

ସିଡନୀ: ଅଷ୍ଟ୍ରେଲିଅ ଗଣମାଧ୍ୟମରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କରୋନା ପ୍ରୋଟୋକଲ ଭାଙ୍ଗିଥିବା ଖବର ପ୍ରକାଶିତ ହୋଇଥିଲା । ଏଥିନେଇ ବିବାଦୀୟ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଶେଷରେ ମଙ୍ଗଳବାର ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟ ଉପସ୍ଥାପିତ ହୋଇଛି ।

ସିଡନୀର ବେବି ଷ୍ଟୋର ମାଲିକ ନାଥାନ ପୋଙ୍ଗରାସ ଖେଳାଳିଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ଦୁଇ କ୍ରିକେଟର ସମସ୍ତ ନିୟମ ମାନି ଚଳିଥିଲେ । ଯେତେବେଳେ ଏହି ଖେଳାଳି ଆସିଥିଲେ ସେ ସମୟରେ ନ୍ୟୁ ସାଉଥ ୱେଲ୍ସରେ କୌଣସି କଟକଣା ନ ଥିଲା । ଏହା ନିଶ୍ଚିତ ଭାବେ ଲଜ୍ଜାର ବିଷୟ ବୋଲି ସେ କହିଛନ୍ତି । ସମ୍ପୂର୍ଣ୍ଣ ସତ୍ୟ ନ ଜାଣି ଗଣମାଧ୍ୟମ ଖେଳାଳିମାନଙ୍କୁ ବଦନାମ କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି । କୋହଲି ଓ ପାଣ୍ଡ୍ୟା ଡିସେମ୍ବର ଶେଷ ଭାଗରେ ଏଠାକୁ ଆସିଥିଲେ ।

Leave A Reply

Your email address will not be published.