Latest Odisha News

BREAKING NEWS

Browsing Tag

India Corona Positive Cases

ପ୍ରାଣଘାତୀ କରୋନା: ଦିନକରେ ଦେଶରୁ ରେକର୍ଡ ୩୭୮୦ ମୃତ, ସାଢ଼େ ୩ଲକ୍ଷରୁ ଖସୁନି ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: କରୋନାର ସେକେଣ୍ଡ ଓ୍ୱେଭ୍ ସାଂଘାତିକ ହେଉଛି । ଅଧିକ ଜୀବନ ନେଉଛି । ଦେଶରେ ସାଢ଼େ ୩ହଜାର ତଳକୁ ଖସୁନି ଦୈନିକ ମୃତ୍ୟୁସଂଖ୍ୟା । ସେହିପରି ପ୍ରତିଦିନ ସାଢ଼େ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ କରୋନା ଦିନକରେ ରେକର୍ଡ ୩ହଜାର ୭୮୦ ଜୀବନ ନେଇଛି ।…

ଦୈନିକ ସଂକ୍ରମଣ ଭାଙ୍ଗିଲା ସବୁ ରେକର୍ଡ: ଦେଶରୁ ଦିନକରେ ଚାରି ଲକ୍ଷରୁ ଅଧିକ ପଜିଟିଭ୍

ନୂଆଦିଲ୍ଲୀ: ମେ’  ପହିଲାରେ ମହାମାରୀ ମାରିଲା ଲମ୍ବା ଲମ୍ଫ । ଦେଶରେ ନୂଆ ବିଶ୍ୱ ରେକର୍ଡ କରିଛି ଦୈନିକ ସଂକ୍ରମଣ । ଦିନକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚାରି ଲକ୍ଷ ଟପିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪ଲକ୍ଷ ୨ହଜାର ୯୯୩ ପଜିଟିଭ୍ । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ ।…

ବେକାବୁ କରୋନା: ଦେଶରୁ ଦିନକରେ ୨୮୧୨ ମୃତ, ୩ଲକ୍ଷ ୫୨ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା । ମାଡ଼ି ମାଡ଼ି ଚାଲିଛି । ପ୍ରତିଦିନ ମହାରୂପ ଦେଖାଉଛି ମହାମାରୀ । ସଂକ୍ରମିତଙ୍କ ସଂଖ୍ୟା ନୂଆ ରେକର୍ଡ କରୁଛି । ଦିନକରେ ସାଢ଼େ ୩ ଲକ୍ଷ ପାର କରିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୫୨ହଜାର ୯୯୧ ନୂଆ ଆକ୍ରାନ୍ତ ।…

ଦୈନିକ ସଂକ୍ରମଣରେ ରେକର୍ଡ: ଦିନକରେ ଦେଶରୁ ୩ଲକ୍ଷ ୧୪ ହଜାର ପଜିଟିଭ୍, ସାରା ବିଶ୍ୱରେ ସର୍ବାଧିକ

ନୂଆଦିଲ୍ଲୀ: ଏପ୍ରିଲରେ କରୋନା ଦେଶରେ ସୁନାମୀ ଆଣିଛି । ପ୍ରତିଦିନ ମାରୁଛି ଲମ୍ବା ଡିଆଁ ମାରୁଛି ମହାମାରୀ । ପ୍ରଥମେ ଲକ୍ଷେ, ପରେ ପରେ ଦୁଇ ଲକ୍ଷ ଡେଇଁଥିଲା ଦୈନିକ ସଂକ୍ରମଣ । ଆଜି ସବୁ ରେକର୍ଡ ପାର କରିଛି । ଦିନକରେ ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୧୪ ହଜାର ୮୩୫ ନୂଆ ଆକ୍ରାନ୍ତ ।…

ଦେଶରୁ ଆଜି ୧୧ ହଜାର କରୋନା ଆକ୍ରାନ୍ତ, ସୁସ୍ଥ ହେଲେ ୯ ହଜାର, ୯୦ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା କାୟା କମିଥିଲେ ବି ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଅଧିକ ସଂକ୍ରମିତ ଓ ସୁସ୍ଥ ହୋଇଛନ୍ତି କମ୍ । ୧୧ହଜାର ୬୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୯ହଜାର ୪୮୯ ସଂକ୍ରମିତ ।…

ଦେଶରେ ଦୈନିକ କରୋନା ଆକ୍ରାନ୍ତ କମ୍ ଓ ସୁସ୍ଥ ହେଉଛନ୍ତି ଅଧିକ

ନୂଆଦିଲ୍ଲୀ: ଦେଶରେ ହ୍ରାସ ପାଉଛି କରୋନାର ପ୍ରଭାବ । ଦୈନିକ ସଂକ୍ରମଣ କମ୍ ହେଉଥିବା ବେଳେ ଅଧିକ ଲୋକ ସୁସ୍ଥ ହେଉଛନ୍ତି । ଆକ୍ଟିଭ୍ କେସ୍ ଓ ଦୈନିକ ମୃତ୍ୟୁସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୨ହଜାର ୪୦୮ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନାରୁ…

ଦେଶରେ ୧ଲକ୍ଷ ୫୫ହଜାର କରୋନା ଆକ୍ଟିଭ୍ କେସ୍, ମୃତ୍ୟୁସଂଖ୍ୟା ୧ଲକ୍ଷ ୫୪ହଜାର

ନୂଆଦିଲ୍ଲୀ: ଦେଶରେ କରୋନା କାୟା ଧୀରେ ଧୀରେ ଖସିବାରେ ଲାଗିଛି । ତ୍ୱରାନ୍ୱିତ ହୋଇଛି ଟିକାଦାନ ଅଭିଯାନ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୨ ହଜାର ୮୯୯ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୭ଲକ୍ଷ ୯୦ହଜାର ୧୮୩କୁ ବୃଦ୍ଧି ପାଇଛି । ଏହି ସମୟରେ କରୋନାରୁ…

ଦେଶରେ ୭୭ ଲକ୍ଷ କରୋନା ଆକ୍ରାନ୍ତ, ମହାମାରୀରେ ମଲେଣି ଲକ୍ଷେ ୧୬ ହଜାର

ନୂଆଦିଲ୍ଲୀ: ଦେଶରେ ୭୭ ଲକ୍ଷ ପାର କରିଛି କରୋନା ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ଆଉ ୫୫ ହଜାର ୮୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୭ ଲକ୍ଷ ୬ ହଜାର ୯୪୬କୁ ବୃଦ୍ଧି ପାଇଛି । ଦିନକରେ ସାରା ଦେଶରେ କରୋନାରେ ଆଖି ବୁଜିଛନ୍ତି ଆଉ ୭୦୨ ଆକ୍ରାନ୍ତ ।…