Latest Odisha News

BREAKING NEWS

Browsing Tag

Odia Poem

କବିତା : ଆବିର୍ଭୁତା

ରାଜଲକ୍ଷ୍ମୀ ତ୍ରିପାଠୀ ସେ ଭାରି ନିଜର ଲାଗନ୍ତି କହିହୁଏ ମନଖୋଲି ସବୁ ନୀରବରେ ଶୁଣନ୍ତି ସିଏ ତାଙ୍କ ମୃଦୁ ହସର ଅସଂଖ୍ୟ ଦ୍ୟୁତି ରେ ଝଲସି ଉଠେ କାନ୍ଥ ବାଡ଼ ମଣ୍ଡପ ଆସର ମନ୍ଦିରର ସାନ ବେଢା ଭିତର ଅଳପ ଓ ନିବୁଜ ଯାଗାରେ ଆବିର୍ଭୁତା ଦେବୀ । ସିଡ଼ି ଚଢ଼ୁଥିବା ମଣିଷ କିଏ…

କବିତା : ଦେବୀ

ଶୁଭ ନାରାୟଣ ସ୍ବାଇଁ କାଲି ଫେରିଲା ବେଳେ ପୁଣିଥରେ ମେଢ଼ ପାଖକୁ ଗଲି ଦେବୀଙ୍କୁ ଦେଖିଲି ଯେ ଝୁଣା ଧୂଆଁ ଭିତରେ ଥରିଲା ଭଳି ଦିଶୁଥିଲା ଦେବୀଙ୍କ ହାତ, ପାଦ ଓ ଦେହ ମଳିନ ଦିଶୁଥିଲା ଦେବୀଙ୍କ ମୁହଁ ! କେଜାଣି କାହିଁକି ମୋତେ ଲାଗିଲା ଇଏ ଜମାରୁ ଦେବୀ ନୁହଁ ।। ଫେରିଲା ବେଳକୁ…

କବିତା : ଆଗମନୀ

ସୁଜାତା ମିଶ୍ର ଦେବୀ ଆସିଲା ବେଳକୁ ଫେରି ଯାଇଥିଲା ମୌସୁମୀ, ଧଳା ମେଘର ଓଢଣୀ ତଳେ ମୁହଁ ଲୁଚାଇଥିଲା କୁଆଁରୀ ଜହ୍ନ, ବିଜୁଳି ଯାଉ ଥିଲା ଫେରି ପାଦ କଚାଡ଼ି .. । ପୁଳାଏ ଆଣ୍ଟକୁ ଗଣ୍ଠି କରି ଫେରୁ ଥିଲା ଘଡ଼ଘଡ଼ି.. ସବୁଜ ପଣତ ମେଲାଇ କାଚକେନ୍ଦୁ ପାଣିରେ । ମୁହଁ…

କବିତା : ସ୍ମୃତି

ପ୍ରଲିପ୍ତା ଛୋଟରାୟ ସ୍ମୃତି କଣ? ଦୁଇ ବୁନ୍ଦା ଲୁହ ଚେନାଏ ହସ ! ସ୍ମୃତି ହୋଇପାରେ କି ସମ୍ଭାବ୍ୟ ସମ୍ପର୍କ? ପ୍ରତିଟି ମୁହୂର୍ତ୍ତର ? କାଲିର କୁହୁଡିଆ ଅନ୍ଧାର ଯେ ଆଜି ମୃଦୁ ମଳୟ, କାଲିକୁ ପୁଣି ଏକ ନିଦାଘର ସଜ୍ଜଳ ବନ୍ଦାପନା ପ୍ରକୃତି କେଡ଼େ ଅସ୍ଥିର ସତେ!…

କବିତା : ସବୁଠି ବେଦୀ ସବୁଠି ଦେବୀ

ସତ୍ୟନାରାୟଣ ଗନ୍ତାୟତ ସବୁଠି ବେଦୀ ସବୁଠି ଦେବୀ ହୃଦୟର ବେଦୀ କିନ୍ତୁ ଶୂନ୍ୟ ବାହାରେ ପୂଜିଲେ ଯେତେ ଆଡମ୍ବରେ ଶୂନ୍ୟ ହୃଦୟ କି ହୋଇଥାଏ ପୂର୍ଣ୍ଣ ? ଶରତ ଆକାଶ ଦିଶଇ ତୋଫା ଆଉ ତୋରା ତା' ତଳେ କି ଅସ୍ୱଚ୍ଛ ଲାଗେ ଆମ ଏଇ ଧରା ନିରିମଳ କଲେ ସିନା ଆମରି ମନକୁ ଉଭା ହେବେ ମାଆ ଆସି…

କବିତା : ଦେବୀ

ବନ୍ଦନା ପଣ୍ଡା  ଧରା ପରେ ଏ କାହା ପାଦର ଅମୃତମୟୀ ସ୍ପର୍ଶ ପବନରେ ପ୍ରବାହିତ ସୁଗନ୍ଧର ମଧୁ , ଆକାଶରୁ ଝରିପଡେ ଅବାରିତ ଅମୃତ ଆଶିଷ କାଶତାଣ୍ଡୀର କୋମଳ ଆବାହନ ଗଙ୍ଗଶିଉଳୀର ପାଦପଦ୍ମ ଆଲିଙ୍ଗନ ସତେ ଅବା କେଉଁ ଚିତ୍ରକରର ସ୍ୱର୍ଗୀୟ ଜୀବନ୍ତ ସ୍ୱପ୍ନ ଚିରନ୍ତନ !!! ଶରତର ଉଆସରେ ଦେବୀ…

କବିତା : ଆଗମନୀ

ବନ୍ଦିତା ଦାଶ ଦେଖ, ଶୁଭ୍ରତାର ସମ୍ଭାରନେଇ ଆସିଛି ଏ ଋତୁ ମହମହ ବାସିଲାଣି ଝୁଣା କି ଅଗୁରୁ ମାଆର ପାଉଁଜି କି ପାଣିକାଚ ତୋଳୁଚି ଛମଛମ୍ , ରୁଣୁଝୁଣୁ ଶବ୍ଦ । ଶାନ୍ତ ମନେ ପବିତ୍ର ହୃଦୟେ ଗଙ୍ଗଶିଉଳିରେ ହେବ ଏବେ ଯାଗଯଜ୍ଞ ମନ୍ଦାରରେ ମାଆର ସିନ୍ଦୂର ଅପରାଜିତାର ଶାଢୀ…

କବିତା : ସାର୍ଥକ ଜୀବନ

ନିରୁପମା ପତି ଶୀତ ଆଗମନେ ନିର୍ମଳ ଗଗନେ ସ୍ବାଗତ କରୁଛି ଧରା, ପଲ୍ଲବେ ନିହାର ମୁକ୍ତାର ଶିଶିର ଇନ୍ଦ୍ରଧନୁ ସାଜି ପରା ।। କୁସୁମେ ଶୋଭିତ ଫଲ୍ଗୁରେ ମୋହିତ ଚାନ୍ଦିନୀ ପରଶ ପାଇ, ଆଶାର କୋଣାର୍କ ଗଢ଼ି ଯିବା ଆଜି ସମ୍ପର୍କ ର ସାଥୀ ହୋଇ ।। ଶାନ୍ତି,ପ୍ରୀତି, ମୈତ୍ରୀ ଏକତାର…

କବିତା : ଶରତ ଆସିଛି ଧାଇଁ

ରାଜ କିଶୋର ନାୟକ  ନାନା ଜାତି ଫୁଲ ଆଦର କମିଲା କବିର ଲେଖନୀ ପାଇଁ କାଶତଣ୍ଡୀ ଫୁଲ ଫୁଟି ହସିଲାଣି ଶରତ ଆସିଛି ଧାଇଁ । (୦) କାଶତଣ୍ଡୀ ଫୁଲେ ମଣ୍ଡେଇ ହେଲାଣି ଫୁଲେଇ ନଈର ଧାର ଗୁଣୁଗୁଣୁ ଗୀତ ତୁଠରୁ ଶୁଭଇ ଅଳସୀ କନ୍ଯାର ସ୍ବର କାଶତଣ୍ଡୀ ବଣେ ଲୁଚକାଳି ଖେଳେ ନିଜକୁ ହଜାଇ…

କବିତା : ରାଗ କୁହୁକ

ରାମକୃଷ୍ଣ  ଯେଉଁ ମାନେ ଆଖିରେ କଳାପଟି ବାନ୍ଧିଲେ ସୁଖର ଦିବାସ୍ବପ୍ନରେ ସେମାନେ ପ୍ରାୟ ପ୍ରାୟ ମୃତ ଯେଉଁମାନେ ରୋକଠୋକ୍ ମନା କରିଦେଲେ ସେମାନଙ୍କ ଆଖିରୁ ଝରିବା ଆ ଆରମ୍ଭ କଲାଣି ବୁନ୍ଦା ବୁନ୍ଦା ରକ୍ତ । ଲୋକଟା ଭାରି ମାରାତ୍ମକ ଆଉ ତାର ବଂଶୀରେ ରାଗ କୁହୁକ । ଶବ୍ଦମାନେ…