କବିତା : ତୁମେ କ’ଣ ମୋର
ସଂଘମିତ୍ରା ରାଏଗୁରୁ
ଧାରେ ଆଶା
ବର୍ଷା ହେଲାପରେ
ଫର୍ଚ୍ଚା ଦିଶେ ଆକାଶ
କେବେ ହୁତୁହୁତୁ ନିଆଁରେ ଜଳିଯାଏ ସବୁ
କେବେ ତରଲୁଥିବା ଆଖିରେ
ପୃଥିବୀଟେ ଝାସ ଦେବାକୁ ବାଧ୍ୟ
ତଥାପି ଥାପିବାକୁ ପଡେ
ଭରସାର ପାଦ ପ୍ରତିଟି ରାସ୍ତାରେ
ଭରସାକୁ ଆଖି ମୁଦି ଭରସା କରିବା
ମରିଯାଇପାରେ…