କବିତା : ବାହୁଡ଼ି ଆସ
ବନ୍ଦନା ପଣ୍ଡା
ସମସ୍ତେ କହୁଛନ୍ତି
ଆଜି ମୁଁ କୁଆଡ଼େ
ଅତି ମନଲୋଭା ଦିଶୁଛି
ମୁଖରେ ମୋ ଝଟକୁଛି
ଅସ୍ତରବି ଚନ୍ଦ୍ରମାର
ସ୍ୱର୍ଣ୍ଣ ନାଲି ଆଭା...
ପ୍ରଭୁ ମୋର!
ବାହୁଡ଼ି ଆସ ଦେଉଳକୁ ଆମ
ଦଶ ଦିନ କଣ କମ୍ ହେଲାଣି?
ରାତି ରାତି ଉଜାଗର ରହି
ସତରେ,
ଦଶଟା ଯୁଗ ବିତିଲାଣି...!…