Latest Odisha News

BREAKING NEWS

Browsing Tag

Odia Poem

କବିତା : ହେ ମହାତ୍ମା

ଶୁଭ୍ରାଂଶୁ ଶେଖର ମାହୁନ୍ତ  ପିତା କରମଚାନ୍ଦଙ୍କ ଔରସରୁ ଜନ୍ମିଲ ମୋହନ ଦାସ , ମାତା ପୁତୁଳିବାଈଙ୍କର ଓଠରେ ହରଷେ ଖେଳିଲା ହସ । ଅକ୍ଟୋବର ଦୁଇ ତୁମ ଜନ୍ମଦିନ ସ୍ଥାନ ଯେ ପୋର୍ ବନ୍ଦର , ବଡ ହୋଇ ତୁମେ ଯଶ ରଖିଗଲ ଭାରତ ମାଟି ମାଆର । ଫିରିଙ୍ଗି ଶାସକ ଅଧିନରେ ଆମେ ହୋଇଥିଲୁ…

କବିତା : ନୂତନ ଆଶା

ଶୈଳବାଳା ରାମ  ଶୋଇଛିକି କେହି ଭଙ୍ଗା କୁଡିଆରେ ଫୁଙ୍ଗୁଳା ପଉଷ ପକ୍ଷେ କୋରଡିଆ ଆଖି କେଇଖଣ୍ଡି କାଠି ବକ୍କଳ ବିହୀନ ବକ୍ଷେ । କା' ମଥାନ ଛୁଇଁ ଫେରିନି କେବେଠୁ ଚହଲା ଚଇତି ବାଆ ଅରପିଦେ ଅର୍ଥ ଅମୃତ ଆୟୁଷେ ଆଜନ୍ମ ମହାର୍ଘ୍ୟ ମୋକ୍ଷେ ।। ବାଣ୍ଟିଦେ ଚେନାଏ ସୁଖ ସନ୍ତକକୁ ଚିବୁକେ…

କବିତା : ପ୍ରତାରଣା

ମିନାକ୍ଷୀ ଦ୍ବିବେଦୀ  ଘର ଭିତରେ ଶୂନ୍ଯତା ହିଁ ଶୂନ୍ଯତା କାହାର ସୋର ଶଦ୍ଦ ଟିକେ ବୋଲି ନାହିଁ ଏମିତିକି ଘର ଚଟିଆ ସବୁ ଚୁପଚାପ ।। ଶୁଭୁଛି ଘଡିର ଖାଲି ଟିକ୍ ଟିକ୍ ଶବ୍ଦ । ପରିବ୍ୟାପ୍ତ ମୋ ଛାଇ ସତେ ଯେମିତି ଅନୁସରଣ କରୁଛି ... ହସୁଛି, କାନ୍ଦୁଛି, ନାଚୁଛି.... ପୁଣି....…

କବିତା : ନିରୁଚ୍ଚାରିତ ଶବ୍ଦ

କୈଳାସ ଚନ୍ଦ୍ର ସାହାଣୀ  କାଲି ପରି ଲାଗୁଥିଲା ଏ ସ୍ବର, କଲ୍ୟାଣମୟୀ ମାଆର ଥରଥର ହାତ ବାଟଭୁଲା ପକ୍ଷୀକୁ ଦେଖାଉଥିଲା ଦିଶା ଭରୁଥିଲା ମନତଳେ କେତେ ଅୟୁତ ଆଶା ! ଅଚାନକ ଶବ୍ଦ ସ୍ତବ୍ଧ ସ୍ବର ନିରବ ଚକ୍ଷୁ ନିବୁଜ ....! ଏଇ କ'ଣ ଜୀବନ... ଶେଷ ବିଦାୟ ନେବାର ? କ୍ୟାଲେଣ୍ଡର…

କବିତା : କିଛି ମୁହୂର୍ତ୍ତ ପାଇଁ

ବିଜୟ କୁମାର ପାତ୍ର  କିଛି ମୁହୂର୍ତ୍ତ ପାଇଁ, ହେଉ ପଛେ, ଲୁଚି ଯିବା ଚାଲ... ଅର୍ଜିଥିବା ସମ୍ପର୍କକୁ ବନ୍ଦୀକରି; ହଳେ ଆଖି ଭିତରେ, ପରେ ବରଂ...... ଦୁଇ ବୁନ୍ଦା ଶ୍ରାବଣରେ ନିଗାଡ଼ି ଦେବା, ତୋ ମୋ ଭିତରେ ଥିବା ପାର୍ଥକ୍ୟକୁ, ଅନ୍ତତଃ.. ସ୍ବପ୍ନ ଗୁଡାକୁ ଅଦଳ ବଦଳ କରି…

କବିତା : ଇତିହାସ

ପାରମିତା ଷଡଙ୍ଗୀ  ସେ ଥିଲା ଗୋଟେ ଜରା ଜର୍ଜରିତ ଘରର ଉପେକ୍ଷିତ ବଖରାଟିଏ ଇତିହାସର କେଉଁ ଏକ ଗର୍ବିତ ଦୁର୍ଗର ଭ୍ରମ ଥିଲା ତାର ସବୁଠୁ ଉଚ୍ଚହେବାର ହଲେ ତାକୁ ଜଣା ନ ଥିଲା ସହର ଭିତରେ ଶୁଖିଲା ଘାସର ଗୋଟେ ଜଙ୍ଗଲ ବ୍ୟାପିଲାଣି ଯାହାର ଧାରୁଆ ପତ୍ରସବୁ ନିଜ ନିଜ ଭିତରେ ଘଷି ହୋଇ…

କବିତା : ସିଂହଦ୍ଵାର

ମାନସ ରଞ୍ଜନ ମହାପାତ୍ର ରୋମାଞ୍ଚିତ ମନ ମୋର ବେଳେବେଳେ ଅରୋମାଞ୍ଚ ହୁଏ କେମିତି ଜାଣେନା ପ୍ରଭୁ, ତୁମକୁ ଦେଖିଲେ ଶରଧାରେ ମଥା ନଇଁଯାଏ ଜାଣେନା କେମିତି ପ୍ରଭୁ, ତୁମ ସହ ହେଲେ କେବେ ଦେଖା ଲିଭିଯାଏ ହୃଦୟରୁ ପାପ ସବୁ ଏବଂ ଜଳିଉଠେ ପୂଣ୍ୟର ଶିଖା ଜାଣେନା କେମିତି ପୁଣି ଆଖି…

କବିତା : କର୍ମପଥ

ସମ୍ବିତ୍ ମିଶ୍ର ଅଜଣା ପଥରେ ଚାଲୁଅଛି ମୁହିଁ ମିଳୁନାହିଁ ଲକ୍ଷସ୍ଥଳ, ମରୀଚିକା ଏଠି କର୍ମପଥ ମୋର ଖୋଜୁଛି ଗନ୍ତବ୍ୟ ସ୍ଥଳ । ବାଧାବିଘ୍ନ କେତେ ଚଲାପଥେ ମୋର ଆସୁଛି ଲହଡି ନେଇ, ଝୁଣ୍ଟି ପଡି ଉଠି ପୁଣି ଚାଲୁଥାଏ ଜୀବନ ପଥଟି ଏଇ । ବାଟର କି ଦୋଷ ଚାଲି ନ ଶିଖିଲେ ଚାଲିବା…

କବିତା : ଶେଷ ସନ୍ଧ୍ୟା ଦୀପ

ଗୌରାଙ୍ଗ ପଟେଲ ସୁରୁଜ ଢ଼ଳିଲେ ପଶ୍ଚିମ ଦିଗନ୍ତେ ପକ୍ଷୀ ଲେଉଟିଲେ ବସା, ଗୋଧୂଳି ବେଲାରେ ସନ୍ଧ୍ୟା ଦୀପ ଜାଳେ ଓଢଣୀ ଟାଣି ସଧବା । ବିଗତ ଦୁର୍ଦ୍ଦିନ ଭାଳଇ ସନ୍ତାପେ ଛଳ ଛଳ ଆଖି ଡୋଳା, ମଥା ନତକରି ଚଉରା ମୂଳରେ ବଖାଣେ କାରୁଣ୍ୟ ଗାଥା । ଦ୍ୱାରସ୍ଥ ବରଷ ଅଭିବାଦନରେ ମନେ…

କବିତା : ତୁମେ

ଚିତ୍ତରଞ୍ଜନ ସୁବୁଦ୍ଧି  ତୁମ ଗାଁ ଆସିଲେ ତୁମେ ଭାରି ମନପଡ଼ ଗାଁର ସେହି ଗୋଧୁଳି ଲଗ୍ନରେ ତୁମ ଝାପସା ଛବି ଏବେ ବି ଆନ୍ଦୋଳିତ କରେ ମନ ପ୍ରାଣ । ଗାଁର ଭିଜା ମାଟିର ବାସ୍ନା ଏବେ ବି ରୋମାଞ୍ଚିତ କରେ ସଞ୍ଜ ନଇଁଲେ ରାତି ବଢିଗଲେ ଗହନ ରାତିରେ ପ୍ରଦୀପ ଯେବେ ଲିଭ ଲିଭି ଆସେ…