Latest Odisha News

BREAKING NEWS

କବିତା : ଶେଷ ସନ୍ଧ୍ୟା ଦୀପ

ଗୌରାଙ୍ଗ ପଟେଲ

ସୁରୁଜ ଢ଼ଳିଲେ ପଶ୍ଚିମ ଦିଗନ୍ତେ
ପକ୍ଷୀ ଲେଉଟିଲେ ବସା,
ଗୋଧୂଳି ବେଲାରେ ସନ୍ଧ୍ୟା ଦୀପ ଜାଳେ
ଓଢଣୀ ଟାଣି ସଧବା ।

ବିଗତ ଦୁର୍ଦ୍ଦିନ ଭାଳଇ ସନ୍ତାପେ
ଛଳ ଛଳ ଆଖି ଡୋଳା,
ମଥା ନତକରି ଚଉରା ମୂଳରେ
ବଖାଣେ କାରୁଣ୍ୟ ଗାଥା ।

ଦ୍ୱାରସ୍ଥ ବରଷ ଅଭିବାଦନରେ
ମନେ ଅସୁମାରୀ ଆଶା,
ନବ କିଶଳୟ ଅଭୟ ଆଭାଷେ
ମେଣ୍ଟିଯାଉ କିଛି ଦଶା ।

ଚଳିତ ବରଷ ଏ ଶେଷ ସନ୍ଧ୍ୟାରେ
ଶୁଣମା ମନର କଥା,
ଗୃହଲକ୍ଷ୍ମୀ ପଦ୍ମେ ଆଶିଷ ଢ଼ାଳ ହେ
ସେଇତ ଗୃହର ଶୋଭା ।

ଲଙ୍କାହୁଡା, ସୁନ୍ଦରଗଡ

Leave A Reply

Your email address will not be published.