Latest Odisha News

BREAKING NEWS

କବିତା : ନୂତନ ଆଶା

ଶୈଳବାଳା ରାମ 

ଶୋଇଛିକି କେହି ଭଙ୍ଗା କୁଡିଆରେ ଫୁଙ୍ଗୁଳା ପଉଷ ପକ୍ଷେ
କୋରଡିଆ ଆଖି କେଇଖଣ୍ଡି କାଠି ବକ୍କଳ ବିହୀନ ବକ୍ଷେ ।

କା’ ମଥାନ ଛୁଇଁ ଫେରିନି କେବେଠୁ ଚହଲା ଚଇତି ବାଆ
ଅରପିଦେ ଅର୍ଥ ଅମୃତ ଆୟୁଷେ ଆଜନ୍ମ ମହାର୍ଘ୍ୟ ମୋକ୍ଷେ ।।

ବାଣ୍ଟିଦେ ଚେନାଏ ସୁଖ ସନ୍ତକକୁ ଚିବୁକେ ଖେଳୁ ଭଉଁରୀ
ଆଙ୍କିଦେ ପୁଳାଏ ରଙ୍ଗ ପ୍ରଜାପତି ସପନ ଉଡାଣ ଭରି ।

ଫିଙ୍ଗିଦେ ଯେତେକ ସାଇତା ଦରଜ ଦଗ୍ଧ ଦରିଆ ଦେହେ
ହସିଦେ ହସିବେ ପ୍ରିୟ ପ୍ରିୟତମ ତୁ ହସିଲେ କିରିକିରି ।

ମା’ ଭାରତୀର ଛାତିରେ ପ୍ରହାରି ନଗର୍ଜୁ କମାଣ ତୋପ
ସବୁଜିମା ରଙ୍ଗେ ଭିଜେଇଦେ ଢାଳି ଅରଜିଲା ପୁଣ୍ୟ ପାପ ।

ସୀମାନ୍ତରେ ଠିଆ ଶ୍ରୀମନ୍ତ ସିପେଇ ଗାଉଥିଲେ ପ୍ରେମଗୀତ
ଗହୀର ମଥାରେ ଗଜ ପା’ ଖୋଜରେ ନକ୍ରମୁଣ୍ଡ ଅଭିଶାପ ।।

ସମ୍ଭାବନା ସେତୁ ନିଅଁ ନିର୍ମିତ ଅତଳୁ ଅନ୍ତରୀକ୍ଷ ପାଇଁ
ନୂତନର ଆଶା ନିର୍ମାଣ ଜିଜ୍ଞାସା ନିମିଷେ ନଯାଉ ଶୋଇ ।।

ଗଙ୍ଗ ନଗର
ଭୂବନେଶ୍ୱର

Comments are closed, but trackbacks and pingbacks are open.