Latest Odisha News

BREAKING NEWS

କବିତା : ହେ ମହାତ୍ମା

ଶୁଭ୍ରାଂଶୁ ଶେଖର ମାହୁନ୍ତ 

ପିତା କରମଚାନ୍ଦଙ୍କ ଔରସରୁ
ଜନ୍ମିଲ ମୋହନ ଦାସ ,
ମାତା ପୁତୁଳିବାଈଙ୍କର ଓଠରେ
ହରଷେ ଖେଳିଲା ହସ ।

ଅକ୍ଟୋବର ଦୁଇ ତୁମ ଜନ୍ମଦିନ
ସ୍ଥାନ ଯେ ପୋର୍ ବନ୍ଦର ,
ବଡ ହୋଇ ତୁମେ ଯଶ ରଖିଗଲ
ଭାରତ ମାଟି ମାଆର ।

ଫିରିଙ୍ଗି ଶାସକ ଅଧିନରେ ଆମେ
ହୋଇଥିଲୁ ପରାଧିନ,
ଅହିଂସା ମାର୍ଗରେ ସ୍ବାଧିନତା ଦେଇ
ରଖିଲ ଦେଶର ମାନ ।

ସତ୍ୟାଗ୍ରହ ଅବା ଅସହଯୋଗ ଯେ
ଥିଲା ତୁମ ମୂଳମନ୍ତ୍ର,
ମୁକୁଟବିହୀନ ସମ୍ରାଟ ହେ ତୁମେ
ସଭିଙ୍କର ପ୍ରିୟପାତ୍ର ।

ବିଶ୍ବଶାନ୍ତି ପାଇଁ ଶତତ ଚେଷ୍ଟିତ
ଥିଲ ତୁମେ କର୍ମବୀର,
ତୁମ ଯଶକିର୍ତ୍ତୀ ଅଟେ ଅମଳିନ
ଅଟଇ ଚିର ଭାସ୍ବର ।

ମରହଟ୍ଟା ଯୁବକ ନାଥୁରାମଙ୍କର
ହୋଇଲ ତୁମେ ନିଶାଣ,
ପ୍ରାର୍ଥନା ସଭାରେ ଗୁଳିବିଦ୍ଧ କରି
ନେଇଗଲା ତୁମ ପ୍ରାଣ ।

ହେ ମହାତ୍ମା ତୁମେ ଜାତିର ଜନକ
ଜାଜୁଲ୍ୟମୟ ଜ୍ୟୋତି,
ସଭିଙ୍କ ହୃଦୟେ ଆସ୍ଥାନ ଜମେଇ
ସାଉଁଟିଛ କେତେ ଖ୍ୟାତି ।

ମହାପରାୟଣ ଦିବସରେ ଆଜି
କରୁଛି କୋଟି ପ୍ରଣାମ ,
ଭୁଲି ପାରିବୁନି ତୁମ ଦେଶଭକ୍ତି
ହୃଦୟେ ରହିଛି ଆମ ।

ସାଳନ୍ଦୀ ବାଇପାସ୍, ଭଦ୍ରକ

Comments are closed, but trackbacks and pingbacks are open.