Latest Odisha News

BREAKING NEWS

Browsing Tag

Odia Poem

କବିତା : ଶୁନ୍ୟତା

ସ୍ମୃତି ରଂଜନ ତ୍ରିପାଠୀ  ଗୋଟେ ଶୁନ୍ୟତାକୁ ପୂର୍ଣ୍ଣ ନାମ ଦେବା ସେ ଶେଯରେ ଆଉ କୋଉ ଜହ୍ନ ବିଛଣା ପାରୁ କିନ୍ତୁ ସ୍ବପ୍ନ ସବୁକୁ ତୋର ମୋର କହିବା ଡରି ଯିବୁନି ମିତ ସକାଳର ଫର୍ଚ୍ଚା କବାଟ ଶବ୍ଦରେ ବୋଧେ ଅବୋଧ ପ୍ରେମଟେ କିଏ ଅଳସ ଭାଙ୍ଗୁଥିବ।। ହଁ, ଗୋଟେ କବିତା ଲେଖିବା ସବୁ…

କବିତା : ଅଶାସ୍ତ୍ର ସଙ୍ଗୀତ

ଅଜୟ ପ୍ରଧାନ ଆସ, ଗାଅ ଯିଏ ଚାହୁଁଛ ବିନା ତାଳରେ ବିନା ସରଞ୍ଜାମ ରେ ମୋ ସଙ୍ଗୀତ ଗାଇବାକୁ ପାହାଡ଼ ଉପରେ , ସମୁଦ୍ର କୂଳରେ ବା ଭିତରେ, ଅଧାରୁଅଧିକ ପୋଡ଼ା ଜଙ୍ଗଲରେ , ଖରା ଡହକରେ, ହାଡ଼ଫଟା ଶୀତରେ ‌ମେଘଙ୍କ ଦଣ୍ଡ ନାଚ ବେଳେ, ପକ୍ଷୀଙ୍କ ରାଲିରେ, କଟାସରିଥିବା ଧାନ ବିଲରେ,…

ଶିଶୁ କବିତା : ଆସିଲାଣି ଶୀତ

ପ୍ରତିଭା ସାହୁ  ପାହାଡକୁ ଛୁଇଁ ଆସିଲାଣି ଧିରେ ଘନ କୁହୁଡ଼ିରେ ଶୀତ ପାଚିଲା ଧାନକୁ ଦେଖି ଦେଇ ଚାଷୀ ଖୁସିରେ ଗାଉଛି ଗୀତ ।। ଘାସ ପତରରୁ ଶିଶିର ମୁକୁତା ଟୋପା ଟୋପା ଝରୁଅଛି ସୁନେଲି ସୂରୁଜ ସୋରିଷ ଫୁଲରେ କିରଣ ଢାଳି ହସୁଛି ।। ଶୀତର ପୋଷାକ ଖୋଜା ପଡିଲାଣି ସୁଏଟର ମଫଲର…

କବିତା : ପ୍ରେମୀ ପକ୍ଷୀ

ତେଜସ୍ୱିନୀ ପଣ୍ଡା  ଚାଲ୍ ଉଡ଼ିଯିବା ଏକ ସୁଦୂର ପ୍ରସାରୀ ପ୍ରେମୀ ସହରକୁ, ଯେଉଁଠି ନଥିବ ଯାତନା, ପ୍ରତାରଣା ଓ ନିଷ୍ଠୁର ଘାତକତା । ଆକାଶଉଚ୍ଚା ଗଛ ଦେଖି ବସା ବାନ୍ଧି ଆରମ୍ଭ କରିବା ଆମ ଜୀବନ, ସେଇଠି କେବଳ ତୁ ଥିବୁ ଆଉ ମୁଁ କରୁଥିବି ତୋ ପ୍ରତି ଅଭିମାନ । ମୁଁ ନିଶ୍ଚୟ…

କବିତା : ସତୀର୍ଥ ବାଟୋଇ

ପ୍ରିୟମ୍ବଦା ସାମଲ  ଜୀବନର ଅଙ୍କାବଙ୍କା ପଥେ ଦେଉଥାଅ ମୋର ସାଥ ଝୁଣ୍ଟି ପଡିଲେ ଅତି ଅନୁରାଗେ ଧରିନିଅ ମୋର ହାତ। ତୁମଠି ବିଶ୍ବାସ ଅଛି ବୋଲି ମୋର ସଂସାରେ ଚାଲୁଛି ବାଟ କଣ୍ଟକିତ ପଥେ ଚିର ସାଥୀ ମୋର ଜୀବନେ ଅଛି ସଙ୍କଟ । ସଂଘର୍ଷ କଷଣ ଝଡ ଝଞ୍ଜା ଆସେ ଚାଲିବା ପଥରେ କେତେ…

କୁଳାଙ୍ଗାର ଉବାଚ : କ୍ରିକେଟ କୀଳା

ଜିତିଲା ଦିନ ଖେଳାଳୀ ହିରୋ ହାରିଲେ ଭିଲିଆନ; ଜିତିଲା ଦିନ ଜୟ ଜୟକାର ହାରିଲା ଦିନ ଶୁଣି ନପାରେ କାନ! ଯେଉଁ ଖେଳାଳୀ ବୁଦ୍ଧିରେ ପଡି ପିଉଛେ ଆମେ ଥଣ୍ଡା ; ଯେଉଁ ଖେଳାଳି ଷ୍ଟାଇଲ୍ ଦେଖି ହୋଇ ଯାଉଛେ ଲଣ୍ଡା! ସେଇ ଖେଳାଳି ହାରିବା ଦେଖି ଦେଉଛେ ବୁଦ୍ଧି ହାରି; ଶତ୍ରୁତା ଭୁଲି…

କବିତା : ଖଞ୍ଜଣି 

ଗଦାଧର ସାହୁ  କାଠ ଚମଡା ଗିନି ଏକାଠି ମିଶିଲେ ଖଞ୍ଜଣି । ସୃଷ୍ଟି କରେ ଶବ୍ଦ ବ୍ରହ୍ମ ଜୀବନ ସଙ୍ଗୀତ ଜନ୍ମ ମୃତ୍ୟୁ ବଞ୍ଚିବା ରହସ୍ୟ । ସ୍ଵର, ଲୟ, ତାଳ ବାନ୍ଧି ସୃଷ୍ଟି ତତ୍ତ୍ଵ ବାଜୁଅଛି ଆସ ଥରେ ଶୁଣିନିଅ ଶାନ୍ତ ମନ, ସ୍ଥିର ଚିତ୍ତେ କେମିତି ଶୁଭୁଛି ସୃଷ୍ଟି, ସ୍ଥିତି,…

କବିତା : ଦୀପାବଳି ୨୦୨୧

ଅଜିତ ମହାନ୍ତି  ଦୀପାବଳି ଏକ ଉଦାସ ସମୟର, ସମୟ, ଅନ୍ଧାରକୁ ଉଜେଇଁବାର, ବିଷାଦଚିରି ଜଙ୍ଗଲରେ ଆଶାଟିଏ ଥାପିବାର ସମୟ ଅନ୍ତରକୁ ଚାହିଁବାର, ସମ୍ବେଦନାର, ସମୟ ଘେରା ବୁକୁଥରା ଯନ୍ତ୍ରଣାର। ସମୟ ସଂଯମର, ସମୟ ପ୍ରାୟଶ୍ଚିତ୍ତର, ସମୟ ସବୁଜ ଅଦେଖା ବିସ୍ଫୋଟକର, ବିବେକକୁ ଘାରୁଥିବା…

କବିତା : ଫେରିଆସ ସନାତନ

ମାନସ ରଞ୍ଜନ ମହାପାତ୍ର  କେଉଁ ଟ୍ରକ୍ ଡାଲାରେ ହଜିଲ କେଉଁ ଜଙ୍ଗଲ ରେ, ପାହାଡ଼ରେ ତୁମେ ହଠାତ୍ ଓହ୍ଲାଇଗଲ ଓ ହଜିଗଲ ପ୍ରିୟ ସନାତନ ! ସେଦିନ ଗଲ ଯେ ଗଲ ଓ ମୁଁ ଖୋଜିଲି ସାରା ପୃଥିବୀ, ମହାଦେଶ, ମହାନଗରୀ, ମହାସାଗର କେଉଁ ଯୋଗୀ ବେଶରେ, କେଉଁ ହିମାଳୟ କି ଆଲପସ୍ କି କେଉଁ…

କବିତା : ସବୁ ଠିକହେବ

 ସଞ୍ଜିତା ପ୍ରଧାନ  ପଥ ବହୁଦୂର , ଅନେକ ଚାଲିବାକୁ ବାକି ଅଛି, ପାଦରେ କଣ୍ଟା ଫୁଟିବ ରକ୍ତାକ୍ତ ବି ହେବ, ତା' ବୋଲି କ'ଣ ଚାଲିବା ବନ୍ଦକରି ବସିପଡ଼ିବ ? ଏ ଜୀବନ ବସିବାର ସୁଯୋଗ ଦିଏନି, ଯିଏ ବସିଯାଏ ତାର ଭାଗ୍ୟ ବି ବସିଯାଏ । ଏମିତି ହୋଇଥିଲେ ଏମିତି ହୋଇଥାନ୍ତା, ଏହା ଦୁର୍ବଳ…