Latest Odisha News

BREAKING NEWS

କବିତା : ଖଞ୍ଜଣି 

ଗଦାଧର ସାହୁ 

କାଠ ଚମଡା ଗିନି
ଏକାଠି ମିଶିଲେ ଖଞ୍ଜଣି ।

ସୃଷ୍ଟି କରେ ଶବ୍ଦ ବ୍ରହ୍ମ
ଜୀବନ ସଙ୍ଗୀତ
ଜନ୍ମ ମୃତ୍ୟୁ ବଞ୍ଚିବା ରହସ୍ୟ ।

ସ୍ଵର, ଲୟ, ତାଳ ବାନ୍ଧି
ସୃଷ୍ଟି ତତ୍ତ୍ଵ ବାଜୁଅଛି
ଆସ ଥରେ ଶୁଣିନିଅ
ଶାନ୍ତ ମନ, ସ୍ଥିର ଚିତ୍ତେ
କେମିତି ଶୁଭୁଛି
ସୃଷ୍ଟି, ସ୍ଥିତି, ବିଲୟ କାହାଣୀ ।

ବ୍ରହ୍ମଗିରି
ଯୋଗାଯୋଗ: ୭୨୦୫୪୦୧୨୧୩

Leave A Reply

Your email address will not be published.