Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : କ୍ରିକେଟ କୀଳା

ଜିତିଲା ଦିନ ଖେଳାଳୀ ହିରୋ
ହାରିଲେ ଭିଲିଆନ;
ଜିତିଲା ଦିନ ଜୟ ଜୟକାର
ହାରିଲା ଦିନ ଶୁଣି ନପାରେ କାନ!

ଯେଉଁ ଖେଳାଳୀ ବୁଦ୍ଧିରେ ପଡି
ପିଉଛେ ଆମେ ଥଣ୍ଡା ;
ଯେଉଁ ଖେଳାଳି ଷ୍ଟାଇଲ୍ ଦେଖି
ହୋଇ ଯାଉଛେ ଲଣ୍ଡା!

ସେଇ ଖେଳାଳି ହାରିବା ଦେଖି
ଦେଉଛେ ବୁଦ୍ଧି ହାରି;
ଶତ୍ରୁତା ଭୁଲି ସିଏ ହୁଅନ୍ତି
କୁଣ୍ଢାକୁଣ୍ଢି ଆମର ମରାମରି!

ପାକିସ୍ଥାନଠୁ ହାରିଲା ଦିନ
ରାଗେ ଜର୍ଜର ହୋଇ;
ଏଲ୍.ସି.ଡି. ଟିଭିଟାକୁ କଚାଡି
ଭାଙ୍ଗିଚି ବ୍ରଜଭାଇ!

ପାଇଥାନ୍ତା ପାଖରେ ଯଦି
ଖେଳାଳିଙ୍କୁଇଁ ସିଏ ;
କଣ ନାଇଁ କଣ ସିଏ କରିଥାନ୍ତା
ବର୍ତ୍ତିନଥାନ୍ତେ କିଏ!

ମଧୁର ଶବ୍ଦ ସହିତ ତାଙ୍କୁ
ସାଧୁ ଭାଷାରେ ନିନ୍ଦି;
କହୁଛି କାଳେ ଦଣ୍ଠାଦଳଠୁ ହାରିକି
ଇଏ ଛୋଟକୁ ଦ୍ୟନ୍ତି ନାଦି!

କ୍ରିକେଟ ଆମ ପ୍ରଧାନ ଖାଦ୍ୟ
କ୍ରିକେଟ ଆମେ ପିଉ;
କ୍ରିକେଟ କେବେ ସୂର୍ଯ୍ୟ ଚନ୍ଦ୍ର
କ୍ରିକେଟ କେବେ ରାହୁ!

କ୍ରିକେଟ ଖେଳ ଯୋଗୁଁ
ଆମର ଶୃଙ୍ଖଳା ଯାଏ ବଢି;
ବୁଲିବା ଛାଡି ଦେଖୁ ତା ଆମେ
ଘରେ ଖଟରେ ପଡି!

କ୍ରିକେଟ ପରି ଦେଶ ଶାସନ
ଚାଲିଛି ଏବେ ଏଠି ;
ବୋଲିଂ ତାଙ୍କର ବ୍ୟାଟିଂ ତାଙ୍କର
ଦର୍ଶକ ପରି ଜନତା ଖଟେ ବେଠି!

Leave A Reply

Your email address will not be published.