Latest Odisha News

BREAKING NEWS

Browsing Tag

Odia Poem

କବିତା : ଭୟ ଓ ଭୋକ

ଦୀନବନ୍ଧୁ ବେଜ ଭୟ ଓ ଭୋକ ପାଇଁ ମୃତ୍ୟୁ ଜୀବନ ପୋକ ମାଛିଠୁ ତୁଚ୍ଛ ସ୍ଥୁଳରୁ ସୂକ୍ଷ୍ମ ଏବେ ଜୀବନ କାଳ ପଦ୍ମପତ୍ରରେ କାକର ଢଳଢ଼ଳ ଢେମ୍ଫରେ ବାସୀଫୁଲ ପରି ଉଙ୍କି ମାରୁଥିବା ସ୍ୱପ୍ନ ସତ ବୋଲି ଶୁଣିବାକୁ ମଣିଷଙ୍କର ଅଭାବ । ଭୟର ପାହାଡ଼ ଲଦି ହୋଇବି ସୌଭାଗ୍ୟରେ ପ୍ରଶ୍ଵାସ…

କବିତା : କେନ୍ଦରା

ଗଦାଧର ସାହୁ  କେନ୍ଦରାର ସ୍ଵରେ ବନ୍ଧା ସଂସାର କରୁଣ ସ୍ଵର ନାଥପୁଅ ଗାଇ ଗାଇ ବୁଲୁଥାଏ ନିତିଦିନ ପ୍ରତି ଦାଣ୍ଡଦ୍ଵାର  । ଜୀବନର ଶେଷକଥା ଆରମ୍ଭ କାହାଣୀ.... ଗାଇ ଗାଇ ସରେ ନାହିଁ ବେଳ ଯାଏ ଗଡି  । ଜନ୍ମ ମୃତ୍ୟୁ ମଧ୍ୟେ ଥାଏ ଯେତେକ ଯନ୍ତ୍ରଣା ମାତା ପୁତ୍ର, ପତି-ପତ୍ନୀ…

ଜିଅନ୍ତେ ନଦେଲି ତୁଣ୍ଡେ

ସୁଧାଂଶୁ କୁମାର ତ୍ରିପାଠୀ  ଭ୍ରମରେ ଭ୍ରମିଲି ଭୂଲୋକ ଭିତରେ ଭୁଲିଯାଇ ଭଲ ମନ୍ଦ ଭେଣ୍ଡା ହେଲା ଦିନୁ ଭଣ୍ଡାଇ ମୁଁ ଦେଲି ପିତାମାତା ହେଲେ ଗନ୍ଧ।। ପ୍ରତିମା ପୂଜିଲି ପ୍ରତିଦିନ ଯାଇ ପ୍ରାରବ୍ଧେ ଫଳିବ ଫଳ ପାସୋରି ଦେଲି ମୁଁ ପାଳିଥିଲା ମାଁ ଅନ୍ତରୁ ନିଗାଡି ବଳ।। ବାସହରା…

କବିତା : ଏଇ ତ ଜୀବନ

ମନସ୍ଵିନୀ ମିଶ୍ର ଜନମ ମରଣ , ସେନେହ ବନ୍ଧନ ମନ ହୃଦର ମିଳନ କେବେ ଶହେ କେବେ ଶୂନ ହୋଇ ଏଇତ ଆମ ଜୀବନ ସୁଖ ସାଥେ ଦୁଃଖର ମିଳନ ଅଧେ ଖରା ଅଧେ ଛାଇର କିରଣ କେବେ ହସର ବାରିଧି କେବେ ପୁଣି ଲୁହର ଶ୍ରାବଣ ଏଇତ ଜୀବନ ! କେବେ ମାନ ସନମାନ କେବେ ପୁଣି ହୀନିମାନ କେବେ…

କବିତା : ମୁକ୍ତି

ରାମକୃଷ୍ଣ  ବନ୍ଦ ଝର୍କା ଫାଙ୍କରେ ଦେଖିଲୁ ବରଫ ଶୃଙ୍ଗ ଉପରୁ ଡେଇଁ ପଡୁଥିବା ରକ୍ତର ପ୍ରପାତ ପ୍ରଜାପତି ପରି ଉଡୁଥିବାର ଦେଖିଲୁ ଲଙ୍ଗଳା ଶିଶୁମାନଙ୍କୁ ତାରାଙ୍କ ବଗିଚାରେ ଜହ୍ନରାତିରେ ଶୁଣିଲୁ ବନ୍ଦ କବାଟ ସେପଟେ ସମୁଦ୍ରର ଡାକ ଉପାୟ କାହିଁ ସଜାଗ କାନ୍ଥମାନଙ୍କ ପହରାରୁ ଖସି…

କବିତା : ବଳକା ଆୟୁଷ

ମନୋରମା ସାହୁ  କ'ଣ କରିବି ଏବେ ଏତେ ବଳକା ଆୟୁଷକୁ ନେଇ ସବୁଦେବା, ନେବା, ପାଇବା, ହଜାଇବାର ସମୀକରଣକୁ ଭୁଲ ପ୍ରମାଣିତ କରି ଗୋଟିଏ ଜୀବନରେ ମୁଁ ଭୋଗି ସାରିଲିଣି ଶହେଟି ମୃତ୍ଯୁ । ସବୁ କିଛିକୁ ଭୁଲି କ୍ଷତରେ ମଲମ ବୋଳି ଭଙ୍ଗା ଡେଣାକୁ ଯୋଡି ଫଟା କାନ୍ଥରେ ପଲସ୍ତରା ମାରି…

କବିତା : ଜହ୍ନରାତି

ଦୁର୍ଲ୍ଲଭ କୁମାର ରାଉତ ଅର୍ଦ୍ଧନିଶିର ଚାନ୍ଦ ଢାଳିଛି ତରଳ ରୋପ୍ୟ ରେଣୁ ବିରହ ବଂଶୀ ତାଳରେ ନାଚେ ସ୍ମୃତିର ପ୍ରତି ଅଣୁ  । ବକ୍ଷ ବିଦାରି ଉକୁଟି ଉଠେ ବିଗତ କଥା ମାନ ହୃଦ କୁଞ୍ଜରେ ଫୁଟଇ ପୁଷ୍ପ ଆଜ ଯାହା ଶମଶାନ । ପ୍ରୀତି ସଙ୍ଗୀତ ମୂର୍ଚ୍ଛନା ତୋଳେ ମୃତ ପ୍ରେମୀର ଅଙ୍ଗେ ଧୂଳି…

କବିତା : ଯୁଦ୍ଧ

ରବି ପଣ୍ଡା ଚାରିଆଡ଼େ କୋଳାହଳ କରୋନାର କରାଳ ଆତଙ୍କ ମ୍ରୁତ୍ୟୁର ପରୱାନା ପରି, ମହାମାରୀ ଅଣାୟତ୍ତ ଭାରି ଅଦ୍ରୁଶ୍ୟ କୋକୁଆ ଆସେ, ମହାକାଳ ସତେ ତାର ରୂପ ଜୀବନଟା କେତେ ଶୂନ୍ଯସ୍ଥାନ, ଏବେ ଅବା ହୁଅଇ ପ୍ରତ୍ୟକ୍ଷ। ଆପଣାର ଆର୍ତ୍ତନାଦ ମଣିଷକୁ କରୁଛି ସ୍ଥବିର, ନିଜେ ହିଁ ବଞ୍ଚିବା…

କବିତା : ତନ୍ଦ୍ରାଭଙ୍ଗ

ଆରତୀ ପଟ୍ଟଯୋଷୀ ସପନ ଦେଖିଲି ତୁମେ ଆସିଥିଲ ବସିଥିଲ ମୋର ପାଶେ, ଆକାଶରେ ଥିଲା ଉଜ୍ଜ୍ୱଳ ଶୀତାଂଶୁ ଜ୍ୟୋସ୍ନାଢାଳି ଚଉପାଶେ। କିଛି କହିଥିଲ କିଛି ଶୁଣିଥିଲ କିଛି ରହିଗଲା ବାକି, ତୁମ କଞ୍ଜନେତ୍ର ପାଗଳ କରିଲା ଚନ୍ଦନ କସ୍ତୁରୀ ସାକ୍ଷୀ। ଝରି ପଡୁଥିଲା ବୃକ୍ଷରୁ ବଉଳ ରାତି…

କବିତା : କେହି ଜଣେ ତୁମ ଭଳି

ଶ୍ୟାମା କିଙ୍କର ମହାନ୍ତି ତୁମେ ନ ହେଲ ନାଇଁ ତୁମ ଭଳି କେହିଜଣେ ଜନ୍ମ ନିଅନ୍ତା କି ଠିକ ଏଇ ଅଷ୍ଟମୀ ତିଥିରେ ! କେହି ଜଣେ ବସୁଦେବଙ୍କ ଟୋକେଇରେ ସେ ଚାଲି ଆସନ୍ତା ଆମ ନଗରକୁ ହସନ୍ତା ଖେଳନ୍ତା ବଢନ୍ତା ଶଶିକଳା ପରି ଆମରି ସାଥିରେ ! ଟିକେ ବଡ ହେଲାପରେ ସେ ଦଳନ କରନ୍ତା ଏ…