Latest Odisha News

BREAKING NEWS

Browsing Tag

Odia Poem

କବିତା : ହୋଲି

ସାଧନା ପଣ୍ଡା ମାଖି ବାକୁ ଆଜି ଭାରି ମନ ହୁଏ ଅଝଟିଆ ଏଇ ରଙ୍ଗ ଅବିର , ତୁମ ମନ ରଙ୍ଗେ ରଙ୍ଗାଇ ହେବାକୁ ମନ ହୁଏ କିଆଁ ଏତେ ଅଧୀର !! ଭରା ବସନ୍ତର ଝରା ମଳୟରେ ତୁମେ ସୁବାସିତ ପ୍ରୀତି ଅବିର , ଅଙ୍ଗେ ଅଙ୍ଗେ ମୋର ବୋଳି ଅଛ ଆଜି ତୁମ ପ୍ରଣୟର ମିଠା ଜହର ।। କେଉଁ ରଙ୍ଗେ…

କବିତା : ଫଗୁଣ ଆସିଛି

ସୁପ୍ରିୟା ପଣ୍ଡା  ଫଗୁଣ ଆସିଛି ଫଗୁର ରଙ୍ଗରେ ରଙ୍ଗାଇବ ଚଉଦିଗ ମହକରେ ମନ ମୋହିନେଇ କୁସୁମେ ଭରିବ ରାଗ। କୃଷ୍ଣଚୂଡ଼ାର କମନୀୟ କାନ୍ତି କୋମଳ ପରଷ ବେଶ ଗନ୍ଧ ବାସ ବିନା ମୁଗ୍ଧ କରିବ ରକ୍ତିମ ରଙ୍ଗେ ପଳାଶ। ସୁଗମ ସଙ୍ଗୀତ ସୁଗମିତ କଣ୍ଠେ ଗାଇବ ପ୍ରକୃତି ରାଣୀ ନବ ପଲ୍ଲବ ପ୍ଲାବିତ…

କବିତା : ଆକାଶ ଆଖିରେ ଲୁହ

 ଚିନ୍ମୟ କୁମାର ସାହୁ  ଆକାଶକୁ ଦିନେ ଚାହିଁ ମୁଁ ଭାବିଲି କେଡେ ସୁଖୀ ସତେ ସେଇ କୋଟି କୋଟି ତାରା ମେଳରେ ଜହ୍ନଟା ଖେଳୁଥିଲା ଖୁସି ହେଇ। ପକ୍ଷୀ ଉଡୁଥିଲେ ଆନନ୍ଦେ ଆକାଶେ ଖୋଜୁଥିଲେ ବାଟ ବସାକୁ ଦଳ ଦଳ ହେଇ ବାଦଲ ଗୁଡାକ ଭାସି ଯାଉଥିଲେ ଦୂରକୁ। କେତେ କେତେ ଗ୍ରହ, ତାରା…

କବିତା : ମହାକାଳର ଆତ୍ମଲିପି

ଦେବୀ ପ୍ରସନ୍ନ ନନ୍ଦ  ଅଖଣ୍ଡ ମଣ୍ଡଳ ବ୍ୟାପ୍ତ ଚରାଭୁଇଁ ମୋର ଅସୀମ ମୋ କାୟା କାନ୍ତି ନାହିଁ ପାରାବାର ଅପ୍ରମେୟ ଅବୟବ ରଚୁଥାଏ ନିଶୀଥ ସକାଳ ନିରନ୍ତର ରମୁଥାଏ ଚରାଚର,ନାମ ମହାକାଳ । ତାଣ୍ଡବରେ ଶିବଙ୍କର ଡମ୍ବରୁର ନିନାଦ ମୁର୍ଛ୍ଛିତ ହରିହସ୍ତେ ସୁଦର୍ଶନ ଚକ୍ରର ପ୍ରଚ୍ଛନ୍ନ…

କବିତା : ରେ ମନ 

ଯଶୋବନ୍ତୀ ରାଉତ ରେ ମନ, ତୋତେ ବାନ୍ଧି ଯଦି ହେଉଥାନ୍ତା ପ୍ରୀତିରେ,ସ୍ମୃତିରେ, ହସରେ, ଲୁହରେ, ଧ୍ୟାନ ଅବା ଧାରଣାରେ, ଗୀତ ଅବା ଗଳ୍ପରେ, ଚଞ୍ଚଳ ଅସ୍ଥିର ବୋଲି କେମିତି ତୁ ଛାପି ହେଇଥାନ୍ତୁ ପ୍ରତି ହୃଦୟରେ !! ତଥାପି ମନେ ରଖିବୁ ସମୟ ଆଉ ଭାଗ୍ଯ ଏମିତି ପରିବର୍ତ୍ତନଶୀଳ…

କବିତା : ମୂଳ

 ରାମକୃଷ୍ଣ  ବ୍ୟକ୍ତିଗତ ବୋଲି ଆଉ କିଛି ନାହିଁ ଏବେ ମୋର ଶୋଇବା ଘର ନିବୁଜ ସିନ୍ଦୁକ, ଗୁପ୍ତ ଡାଏରୀର ପ୍ରତି ପୃଷ୍ଠା ଓ ଛାତି ତଳ ଢବା ଘରକୁ ଧସେଇ ପଶିଛି ପୃଥିବୀ ନିଜକୁ ପଛ କରି ସମୟର ଚିତ୍ର ଆଙ୍କିବା ବେଳେ ଖୋଲି ଯାଇଛି ସବୁ ଝରକା କବାଟ ଗୁପ୍ତ ଖମାରର, ହୃଦୟ ଓ ଆୟୂଷର,…

କବିତା : ଓଢଣା ତଳୁ ମୁହଁଟି ଖୁବ ସୁନ୍ଦର ଦିଶେ

ଅନସୂୟା ପଣ୍ଡା  ତତେ ବହୁତ କିଛି ଜାଣିବାର ଅଛି, ତୁ ଯେମିତି ଜାଣୁ, ଯେମିତି ବୁଝୁ, ଏ ସବୁ ଯାହା ଚାଲିଛି, ତାହା ସେମିତି ନୁହେଁ l କେଉଁଠି କଷ୍ଟ ହେଲେବି ମୁହଁରେ କୃତ୍ରିମ ହସ ଫୁଟlଇ ବାକୁ ପଡିବ, କେଉଁଠି ହସ ଲାଗିଲେ ବି ଗମ୍ଭୀର୍ଯ୍ୟର ଚାହାଣି, ଏ ସବୁ ସାମନା ଵାଲାକୁ କାବୁ…

  କବିତା : କେହିଜଣେ

ନାରାୟଣ ସାହୁ  କେତେ କେତେ କ୍ରୁଶବିଦ୍ଧ ଯୁଦ୍ଧ ଯେ ଲଢ଼ିଲି ଦୂର୍ଗମ୍ୟ ଅରଣ୍ୟ ସବୁ ବିଚରଣ କଲି, ଭଙ୍ଗା ମାଠିଆରେ ପାଣି ରଖି ମଥା ଉପର ସୂର୍ଯ୍ୟଙ୍କୁ ମୁଣ୍ଡିଆ ମାରିଲି, ଶାନ୍ତି ଶାନ୍ତି ଗୁଣୁଗୁଣୁ ହେଲି! କେତେ ଅବଦମିତ ଇଚ୍ଛା , ଅନିଚ୍ଛା ଓ ସ୍ଵାଧୀନତାକୁ ନିଜ ପାପୁଲିରେ…

କବିତା : ବାରାଙ୍ଗନା

ସୁପ୍ରିୟା ପଣ୍ଡା ଆଉ ଅଳ୍ପ କିଛି କ୍ଷଣ ବାକି ଅଛି ନିଷ୍ପ୍ରଭ ଆଲୁଅର ପଥ  , ବନ୍ଦ କୋଠରୀରୁ ଶୁଭେ ନାହିଁ ଶବ୍ଦ ବାହାରେ ସବୁ ଚିକଚାକ ଛବି । କିଛି ନୁଆ ନୁହେଁ ସେଇ ନିତିଦିନ ଆଖି ଠାର ମିଲନର ପର୍ବ ଆତ୍ମା ଖାଲି କବଳିତ ହୁଏ ଅଧରର ପାଖୁଡ଼ା ମେଳରେ ଅବଶ୍ୟ ଏଇଟା ବି ଠିକ…

କବିତା : ଶୂନ୍ୟ ହାତ

ମନୋଜ ମିଶ୍ର  ତତେ ଦେଖିନି.. ତୁ କାଳେ ଖୁବ ଭଲ ଶବ୍ଦ ଯୋଡୁ ମୂର୍ତ୍ତି ଗଢୁ ଜୀବନ୍ତ ଜୀବନ୍ତ, ଆଙ୍କି ଦେଲୁ ଚିତ୍ର ଖୁବ ନିଚ୍ଛକ ଯେମିତି ରକ୍ତ ଠୁଁ ଭାତ..! ତୁ ବି ଅଦେଖା.. ଖେପିଗଲୁ ପିଣ୍ଢା ରୁ ପିଣ୍ଢା ଅଣ୍ଟିଖୋଲି ମୁହେଁ ତାଙ୍କ ବୋଳି ଦେଲୁ ତୋ ଘାଟ ମଶାଣି…