Latest Odisha News

BREAKING NEWS

କବିତା : ହୋଲି

ସାଧନା ପଣ୍ଡା
ମାଖି ବାକୁ ଆଜି
ଭାରି ମନ ହୁଏ
ଅଝଟିଆ ଏଇ ରଙ୍ଗ ଅବିର ,
ତୁମ ମନ ରଙ୍ଗେ
ରଙ୍ଗାଇ ହେବାକୁ
ମନ ହୁଏ କିଆଁ ଏତେ ଅଧୀର !!

ଭରା ବସନ୍ତର
ଝରା ମଳୟରେ
ତୁମେ ସୁବାସିତ ପ୍ରୀତି ଅବିର ,
ଅଙ୍ଗେ ଅଙ୍ଗେ ମୋର
ବୋଳି ଅଛ ଆଜି
ତୁମ ପ୍ରଣୟର ମିଠା ଜହର ।।

କେଉଁ ରଙ୍ଗେ ଅବା
ରଙ୍ଗାଇବ ମତେ
ରଙ୍ଗାଇଛି ମନ ସାତଟି ରଙ୍ଗେ,
ପୀରତି ର ରଙ୍ଗ
ଅତି ଗହନ ଯେ
ଯେ ଦିନୁ ମିଳିଛି ତୁମ ରି ସଙ୍ଗେ ।।

ମୁଁ ଭିଜୁ ଅଛି
ତୁମେ ଭିଜି ଯାଅ
ଏଇ ସପ୍ତରଙ୍ଗୀ ବର୍ଷାରେ,
ଜଳିଯାଉ ପଛେ ଫଗୁଣଟା ଆଜି- ଆମ ଏ’ ପ୍ରେମର ଇର୍ଷାରେ।।

ଭୁବନେଶ୍ବର

Leave A Reply

Your email address will not be published.