Latest Odisha News

BREAKING NEWS

Browsing Tag

Odia Poem

କବିତା: ଜୟ ମାତା ଲକ୍ଷ୍ମୀ

ସାଧନା ପଣ୍ଡା ଜୟ ମହାଲକ୍ଷ୍ମୀ ଜୟ ଧନଲକ୍ଷ୍ମୀ ଜୟ ତୁ ମାତା କମଳା ମାର୍ଗଶିର ମାସ ଶୁଭ ଗୁରୁବାରେ ପୂଜନ୍ତି ତତେ ଅବଳା ।। ମାଆ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା ଚାଲେ ମାଣ ବସେ ଘରେ ଘରେ ଝୋଟି,ଚିତା, ଧୂପ, ଦୀପର ଆଳତି ଭୋଗ ନୈବେଦ୍ୟରେ ଭରେ।। ଘରେ ଘରେ ଭରି ଆନନ୍ଦ…

କବିତା : ପ୍ରୟାସ

ରାଜେଶ କୁମାର ସାହୁ ଲେଖିବା ହେଉଛି ମୋର ଏକ ପ୍ରୟାସ , ମନରେ ଉଙ୍କି ମାରୁଥିବା ଢେଉକୁ କୂଳରେ ପହଞ୍ଚେଇବାକୁ ପ୍ରୟାସ । ତୁମକୁ ଆଉ ଦେଖିବାଟା ଗୋଟେ ପ୍ରକାର ସ୍ବପ୍ନ କହିଲେ ଚଳେ , ତୁମ ସୁନ୍ଦର ଆଖି ଦୁଇଟାକୁ ଶବ୍ଦ ରେ ଆଙ୍କିବାର ଏକ ପ୍ରୟାସ । ତୁମ ଜୀବନ ର…

କବିତା: ଅଭୟ ଦେ ମା

ଜ୍ଞାନେନ୍ଦ୍ର କୁମାର ପଣ୍ଡା ମା' ମା' ମା' ଲୋ ତୋତେ ପଚାରୁଛି ଏ ଅଧମ ପୁତ୍ର ତୋର ତୁ ଯଦି ତୃଷିତ ଅଛୁ ଅନନ୍ତକାଳରୁ ହେ ମାଆ ମୋର ମୋତେ ଆଦେଶ କର ତୋ ଇଚ୍ଛିତ ବାକ୍ୟକୁ ମଣିବି ଶିରୋଧାର୍ଯ୍ୟ ଏ ମୋର ନଶ୍ୱର ଶରୀରୁ ଦେଇ ଟୋପା ଟୋପା ରୁଧିର। କହ..ତୋ ଅଧମ ପୁତ୍ର ପାଖରେ ଏହା…

କବିତା: ଗୋଧୂଳି ଲଗନେ

ରାଧାମୋହନ ପାଣିଗ୍ରାହୀ ଗୋଧୂଳି ଲଗନେ ମନ ଉପବନେ ତୁମରି ଭାବନା ଯେବେ ଆସେ ଉଲ୍ଲସିତ ହୃଦ କଳା ମେଘ ସମ ପ୍ରେମେ ପୁଲକିତ ହୋଇ ଭାଷେ। ତୁମେ ସଖି ଯେବେ ବେଶି ମନେ ପଡ ହଜିଯାଏ ଚକ୍ଷୁ ସବୁ ସ୍ବପ୍ନ ହୃଦୟ ଝରକା ଖୋଲେ ନିରନ୍ତର ତୁମ କଥା ଭାବି ହୋଇ ମଗ୍ନ। ତୁମ ଭାବନାରେ…

କବିତା: ଧନୁରେ ଧନ୍ୟ ଉତ୍କଳ ଧାମ

✍ ସନ୍ତୋଷ ପଟ୍ଟନାୟକ ଶୀତ ସକାଳର କାକର ଟୋପାରେ ଭିଜି ଯାଇଥିଲା ଧରଣୀ କାନୀ ସୁରୁଜ ଦେବତା ଦୟା ପରଶିଲେ ହୃଦ କନ୍ଦରରୁ କିରଣ ବୁଣି.... ଧର୍ମ ଦେବତାଙ୍କ ଧରମ କାମରେ ଝଲିସି ଉଠିଲେ ଧରଣୀ ରାଣୀ ନାରୀଙ୍କ ସୁନ୍ଦର ନାରୀଙ୍କ ସମ୍ମାନ ବଢଇ ପାଇଲେ ପୁରୁଷ ମଣି.... ଉତ୍କଳୀ ପରଖି…

କବିତା: ଶୀତ

କିରଣ ମନୀଷା ମହାନ୍ତି ଶୀତଟା ଗୋଟେ ଜିଦିଆ ପ୍ରେମିକ ଭାରି ତାର ଜିଦି ତା ପାଖରେ ପାଇବାକୁ ମତେ ଯେମିତି ସନ୍ଧ୍ୟା ନଇଁଆସେ ଚଗଲା ପ୍ରେମିକ ସେ ମୋର ଚୁପ ଚାପ ଧାଇଁ ଆସେ ଆଖିରେ ଆଖି ମିଶେଇ ତା ଓଠର ସ୍ପର୍ଶରେ ମଧୁରତା ତା ଆଲିଙ୍ଗନ ରେ ନିଜର ପଣ ଭରି ମୋ ଦେହକୁ କୋଳେଇ…

କବିତା : ଆଶାର ଆଲୋକ

କୁନ୍ତି ଦେବୀ ଶବର ଜୀବନେ ଯେତେବେଳେ ବୋହିଯାଏ ଦୁଃଖର କଳା ବାଦଲ, ଠିକ ସେତିକି ବେଳେ.... ଜୀବନଟା ହୋଇଯାଏ ଯେମିତି ନିସ୍ତବ୍ଧ ଆଉ ଅନ୍ଧକାର। ରାତ୍ରି ର ଅନ୍ଧକାରେ ହଜିଯାଏ ଯେପରି ଦିନ ର କୋଳାହଳ ତଥା ..., ପ୍ରଳାପ ଆଉ ଆଳାପ, ସେହିପରି ଜୀବନ ର ଅନ୍ଧକାରେ ହଜିଯାଏ…

କବିତା: କବି

ନିରଞ୍ଜନ ନାୟକ ସେ ନିରପେକ୍ଷ ନିଡର ଅପରିଚିତ ଭିତରେ ପରିଚିତର ସଂଜ୍ଞା ନିର୍ବାହ କରୁଥିବା ଶବ୍ଦଟିଏ ଭାବନା ଚିନ୍ତା ଚେତନାର ଅନ୍ତଃସ୍ବର ଅନ୍ୟାୟ ଦୁର୍ନୀତି ଅତ୍ୟାଚାର ଶୋଷଣ ବିମୁଖ ର ସ୍ରୋତ ସେ ପ୍ରକୃତି ଈଶ୍ବର ମାନବବାଦର ପ୍ରକୃତ ପ୍ରତିବଦ୍ଧତା ଓ ପ୍ରତିବାଦର ସ୍ବରଟିଏ…

କବିତା: ଫେରିଲା ଶୀତ

ଶିଵ ସୁନ୍ଦର ପାଣିଗ୍ରାହୀ ଦେଖ ପ୍ରିୟତମା ପଶ୍ଚିମ ଦିଗକୁ , ଅରୁଣ ଗଲାଣି ବୁଡି । ନୀଡମୁହାଁ ହୋଇ ବିହଙ୍ଗ ଦଳଏ ଫେରି ଆସୁଛନ୍ତି ଉଡି । ଦାଣ୍ଡରେ ଦେଖ ଯେ ଗୋଧୂଳିର ବାସ, ଗୋମାତା ଆସେ ବାହୁଡ଼ି । ଉତ୍ତରାପବନ ଥିରିଥିରି ବହେ, ଖଣ୍ଡିମେଘ ନିଏତଡି । ବଗିଚାରେ ଦେଖ ପୁଣି…

କବିତା : “ଚାଷ ଓ ଚାଷୀଭାଇ”

ଝରଣା ବାରିକ ମୁହିଁ ବି ଯବାନ ମୁହିଁ ବି କିଷାନ ଚାଷୀ କୁଳେ ମୋର ଜନ୍ମ ମୋ ଗାଁ ମୁଣ୍ଡରେ ଦୁଇ ମାଣ ଜମି ସେଥିରେ କରଇ ଶ୍ରମ l ଏହି ଗାଆଁରେ ମୋ ବିତିଲା ଶୈଶବ କିଶୋର ବି ଗଲା ସରି ଯୌବନରେ ମୁଁ ପଦାର୍ପଣ କରି ଚାଷ କାମ ଗଲି କରି l ଲହୁ ଢାଳି ମୁହିଁ ନିଜେ କଲି ଚାଷ ମାଟି…