Latest Odisha News
Browsing Tag

Odisha Govt.

୧୧, ୨୦୦ କୋଟିର ଅତିରିକ୍ତ ବଜେଟକୁ କ୍ୟାବିନେଟ ମଂଜୁରୀ

ଭୁବନେଶ୍ୱର: ୨୦୨୦-୧୨ ଆଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପରେ ବାଜିଲା ମୋହର । ୧୧,୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁମୋଦନ ମିଳିିଛି । ଏହି ଅତିରିକ୍ତ ବଜେଟକୁ ଆସନ୍ତା ୨୦ ତାରିଖରେ ରାଜ୍ୟ ବିଧାନସଭାରେ ଉପସ୍ଥାପନ କରାଯିବ । ନଭେମ୍ବର…

ବଗଲା ଧର୍ମଶାଳା ମାମଲା: ସରକାରଙ୍କ ପକ୍ଷରୁ ଜବାବ ଦାଖଲ

ଭୁବନେଶ୍ୱର: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ମାମଲା ଅଭିଯୋଗରେ ସରକାରଙ୍କ ପକ୍ଷରୁ ଜବବା ଦାଖଲ ହୋଇଛି । ଏହି ମାମଲାରେ ହାଇକୋର୍ଟଙ୍କ ନିକଟରେ ଜବାବ ଦାଖଲ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ପୂର୍ବରୁ ବଗଲା ଜମି…

ନିଜ ଜିଲ୍ଲାରେ ପିଆଜ ଦର ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପିଆଜ ଦର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଦର ଏବଂ ବ୍ୟବସାୟୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ରାଜ୍ୟ ସରକାର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ଭି.ଭି ଯାଦବ ଏକ ଚିଠି ମାଧ୍ୟମରେ କହିଛନ୍ତି ଯେ, ପିଆଜ କିଣା ଯାଉଥିବା…

କରୋନାକୁ ନେଇ ମାନସିକ ସ୍ତରରେ ଦୁର୍ବଳ ହୁଅନ୍ତୁ ନାହିଁ : ଡାକ୍ତର ଅଶୋକ ମହାପାତ୍ର

ଭୁୁବନେଶ୍ୱର: କରୋନା ନେଇ ଭୟ କରିବାର ଆବଶ୍ୟକତା ନାହିଁ । ଏହା ଏକ ସାଧାରଣ ଶ୍ୱାସ ଜନିତ ରୋଗ । ୮୦ରୁ ୮୫ ପ୍ରତିଶତ ରୋଗୀ ଚିକିତ୍ସା ପରେ ସୁସ୍ଥ ହେଉଛନ୍ତି । ତେଣୁ ଏହାକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ ୧୯ ସାମ୍ବାଦିକ ସମ୍ମିଳନୀରେ ସୂଚନା…

କରୋନା ମୁକାବିଲା ବେଳେ ବଦଳିଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର : ଆଇଏଏସ୍ ସ୍ତରରେ ବୁଧବାର ଏକ ଛୋଟ ଧରଣର ଅଦଳବଦଳ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ନିକୁଂଜ ବିହାରୀ ଧଳଙ୍କର ବଦଳି ହୋଇଛି । ତାଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଛି । ସେହିପରି ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ଅଫିସର…

ଅଗଷ୍ଟରୁ ଆରମ୍ଭ ହେବ ‘ଗଣିତ କଳିକା’; ଉପକୃତ ହେବେ ୩୭ ଲକ୍ଷ ୭୧ ହଜାର ୨୪୯ ଛାତ୍ରଛାତ୍ରୀ

ଭୁବନେଶ୍ୱର: ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଗଣିତରେ ଅଧିକ ଦକ୍ଷ ଓ ପାରଙ୍ଗମ କରିବା ଲାଗି ରାଜ୍ୟ ସରକାର ଆରମ୍ଭ କରୁଛନ୍ତି ଗଣିତ କଳିକା କାର୍ଯ୍ୟକ୍ରମ । ‘ଗଣିତ କଳିକା’ ନାମରେ ଏହି କାର୍ଯ୍ୟକ୍ରମ ରାଜ୍ୟବ୍ୟାପି ପ୍ରାଥମିକ ସ୍କୁଲଗୁଡ଼ିକରେ ଲାଗୁ ହେବାକୁ ଥିବା ବେଳେ ଏଥିପାଇଁ ମୋଟ୍…

ଶିଳ୍ପ ସଂସ୍କାର ଲାଗି ଓଡ଼ିଶା ସରକାରଙ୍କ ସଚେତନତା ଅଭିଯାନ

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ଏବଂ ଇପିକଲଙ୍କ ମିଳିତ ପ୍ରଚେଷ୍ଟାରେ ଅନୁଗୁଳରୁ ଶୁଭାରମ୍ଭ ହୋଇଛି ଶିଳ୍ପ ସଂସ୍କାର ସଚେତନତା ଅଭିଯାନ। ଏହି କାର୍ଯ୍ୟକ୍ରମ ଆସନ୍ତା ୮ ତାରିଖ ଯାଏ ଚାଲିବ, ଯେଉଁଥିରେ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ଜିଲ୍ଲାସ୍ତରରେ ବିଭିନ୍ନ…

ରାଜ୍ୟ ସଂଗ୍ରହାଳୟରେ କଳ୍ପନା ଦାଶଙ୍କ ପୋଷାକ ପ୍ରଦର୍ଶିତ

ଭୁବନେଶ୍ୱର : ଓଡିଶାର ଏଭରେଷ୍ଟ୍ ପର୍ବତାରୋହଣକାରୀ କଳ୍ପନା ଦାଶଙ୍କ ମୃତ୍ୟୁର ୬ ଦିନ ପରେ ମଙ୍ଗଳବାର ଦିନ ଓଡିଶା ସରକାର ତାଙ୍କର ପୋଷାକ ଗୁଡିକୁ ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ କରିଛନ୍ତି । ଏହି ସ୍ୱନାମଧନ୍ୟ ଓଡିଆ ପର୍ବତାରୋହୀ ୨୦୦୪ ମସିହାରେ ଏଭରେଷ୍ଟ ଶୃଙ୍ଗ ଆରୋହଣ କରିଥିବା ସମୟର…