Latest Odisha News

BREAKING NEWS

କରୋନା ମୁକାବିଲା ବେଳେ ବଦଳିଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର : ଆଇଏଏସ୍ ସ୍ତରରେ ବୁଧବାର ଏକ ଛୋଟ ଧରଣର ଅଦଳବଦଳ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ନିକୁଂଜ ବିହାରୀ ଧଳଙ୍କର ବଦଳି ହୋଇଛି । ତାଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଛି ।

BjdElectrycity

ସେହିପରି ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ଅଫିସର ଥିବା ସନ୍ତୋଷ କୁମାର ଷଢଙ୍ଗୀଙ୍କୁ ବିଜ୍ଞାନ ଓ ଟେକ୍ନୋଲୋଜି ବିଭାଗର ପ୍ରମୁଖ ସଚିବ ପଦକୁ ବଦଳି କରାଯାଇଛି । ଶକ୍ତି ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ଦାୟିତ୍ୱ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ସ୍ୱାସ୍ଥ୍ୟ ବିଭାଗରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଦିଆଯାଇଥିଲା ।

Leave A Reply

Your email address will not be published.