Latest Odisha News

BREAKING NEWS

ଶିଳ୍ପ ସଂସ୍କାର ଲାଗି ଓଡ଼ିଶା ସରକାରଙ୍କ ସଚେତନତା ଅଭିଯାନ

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ଏବଂ ଇପିକଲଙ୍କ ମିଳିତ ପ୍ରଚେଷ୍ଟାରେ ଅନୁଗୁଳରୁ ଶୁଭାରମ୍ଭ ହୋଇଛି ଶିଳ୍ପ ସଂସ୍କାର ସଚେତନତା ଅଭିଯାନ।

ଏହି କାର୍ଯ୍ୟକ୍ରମ ଆସନ୍ତା ୮ ତାରିଖ ଯାଏ ଚାଲିବ, ଯେଉଁଥିରେ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ଜିଲ୍ଲାସ୍ତରରେ ବିଭିନ୍ନ ଶିଳ୍ପାନୁଷ୍ଠାନ ପ୍ରତିନିଧିମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ଶିଳ୍ପ ସଂସ୍କାର ବିଷୟରେ ଅବଗତ କରାଇବେ। ଏହି ଅଭିଯାନରେ ରାଜ୍ୟର ୭୨୦ରୁ ଅଧିକ ଶିଳ୍ପାନୁଷ୍ଠାନଙ୍କ ପାଖରେ ପହଞ୍ଚିବାର ଲକ୍ଷ୍ୟ ରଖିଛି ଶିଳ୍ପ ବିଭାଗ।

ନାଲକୋ ଅଡିଟୋରିୟମଠାରେ ହୋଇଥିବା ଆଜିର ପ୍ରଥମ କର୍ମଶାଳାରେ ଅନୁଗୁଳ, ବୌଦ୍ଧ, ଢେଙ୍କାନାଳ, କନ୍ଧମାଳ, କେନ୍ଦୁଝର ଆଦି ଜିଲ୍ଲାରେ ଶିଳ୍ପ ସ୍ଥାପନ କରିଥିବା ଅନୁଷ୍ଠାନମାନେ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ଆସନ୍ତା ୨୩ ତାରିଖରେ ଭୁବନେଶ୍ଵରରେ ଏକ କର୍ମଶାଳା ଆୟୋଜନ କରାଯାଇଛି। ଏହି କର୍ମଶାଳାରେ ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ପ୍ରଭୃତି ଜିଲ୍ଲାର ପାଖାପାଖି ୧୪୪ ଶିଳ୍ପାନୁଷ୍ଠାନ ଏବଂ ସେମାନଙ୍କ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସେହିପରି ୩୧ ତାରିଖରେ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ବ୍ରହ୍ମପୁରଠାରେ ଦକ୍ଷିଣ ଓଡ଼ିଶାରେ ସ୍ଥାପିତ ଶିଳ୍ପାନୁଷ୍ଠାନ, ନଭେମ୍ବର ୫ ତାରିଖରେ ସମ୍ବଲପୁରଠାରେ ପଶ୍ଚିମାଞ୍ଚଳରେ ସ୍ଥାପିତ ଶିଳ୍ପାନୁଷ୍ଠାନ, ୬ ନଭେମ୍ବରରେ ସୁନ୍ଦରଗଡ଼ର ଶିଳ୍ପାନୁଷ୍ଠାନଗୁଡ଼ିକୁ ବିଭାଗ ପକ୍ଷରୁ ଶିଳ୍ପ ସଂସ୍କାର ବିଷୟରେ ସଚେତନ କରିବା ଲକ୍ଷ୍ୟ ରଖାଯାଇଛି।

ତେବେ ଏହିଭଳି ଏକ ସଚେତନତା କର୍ମଶାଳା ବାଲେଶ୍ଵରଠାରେ ନଭେମ୍ବର ୮ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ବାଲେଶ୍ଵର, ଭଦ୍ରକ, ମୟୁରଭଞ୍ଜରେ କାର୍ଯ୍ୟକରୁଥିବା ୧୪୧ ଶିଳ୍ପାନୁଷ୍ଠାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.