Latest Odisha News

BREAKING NEWS

ଅନୁବାଦ କବିତା : ଅବନୀ ଘରେ ଅଛ?

ମୂଳ ବଙ୍ଗଳା: ଶକ୍ତି ଚଟ୍ଟୋପାଧ୍ୟାୟ 

ଅବନୀ ଘରେ ଅଛ?
ଅବନୀ ଘରେ ଅଛ?
କବାଟ କିଳି ଶୋଇପଡ଼ିଛି ସାରା ପଡ଼ା
କେବଳ ଶୁଣେ ରାତିରେ କଡ଼ା ଖଡ଼ଖଡ଼
‘ଅବନୀ ଘରେ ଅଛ?’

ବର୍ଷା ହୁଏ ଏଠି ବାରମାସ
ଏଠି ମେଘ ଗାଈପରି ଚରେ
ପରାଙ୍ମୁଖ ସବୁଜ ନାଲିଘାସ
ଦୁଆର ଚାପି ଧରେ-
‘ଅବନୀ ଘରେ ଅଛ?’
ଭଗ୍ନ ହୃଦୟରେ ସୁଦୂର
ବେଦନା ଭିତରେ ଶୋଇପଡ଼େ ମୁଁ
ସହସା ଶୁଣେ ରାତିରେ କଡ଼ା ଖଡ଼ଖଡ଼
‘ଅବନୀ ଘରେ ଅଛ?’

ଅନୁବାଦ: ସରଳ କୁମାର ଦାସ 
ମୋ:୯୪୩୭୦୩୮୦୧୫

Leave A Reply

Your email address will not be published.