କବିତା : ଅସହାୟ
ଶୁଭ୍ରାଂଶୁ ଶେଖର ମାହୁନ୍ତ
ଓଠରେ ହସ ନ ଥାଇ ବି
ହସିବାର ନିଖୁଣ ଅଭିନୟ କରୁଛି ମୁଁ
ହୃଦୟରେ ଅସୁମାରି କୋହ ଭରି,
ଇଛା ନ ଥାଇ ବି ହସୁଛି ମୁଁ
ବିବଶ ଦେହ ଓ ମନକୁ
ଅନିଚ୍ଛାରେ ଘୋଷାରି ଘୋଷାରି ।
ତୁମ କଥା ଭାଳି ଭାଳି
ଅସରନ୍ତି ସ୍ବପ୍ନସବୁ
ଯାଉଅଛି ମରି ମରି,
ମୃଗତୃଷ୍ଣାର…