Latest Odisha News

BREAKING NEWS

କବିତା : ଅନାମିକା ପ୍ରେମିକା

ଶୁଭ୍ରାଂଶୁ ଶେଖର ମାହୁନ୍ତ

ଏକୁଟିଆପଣକୁ ଆବୋରି
ଅବଶିଷ୍ଟ ଆୟୁଷ ନେଇ
ଜିଉଁଥିବା ବେଳେ
ଦଲକାଏ ପବନ ପରି
ହଠାତ୍ ମୋ ଜୀବନ ପରିଧିକୁ
ଧଶେଇ ପଶିଆସିଲ
ହେ ମୋର ଅନାମିକା ପ୍ରେମିକା,
ତୁମ ପିରତିର
ମଧୁର ସ୍ପର୍ଶରେ
ଶିହରିତ କଲ
ମୋ ତନୁମନକୁ
ଅନାବିଳ ଦେହାତୀତ ପ୍ରଣୟର
ଦ୍ବାହି ଦେଇ
ହେ ମୋର ଅନାମିକା ପ୍ରେମିକା ।

ତୁମେ ମୋ ଶତରୂପା, କନକ ଚମ୍ପା
ଯୁଇ, ଯାଇ, ହେନା
ଆଉ ମୋ ମନ ଅଗଣାର ମଧୁମାଳତୀ
ହେ ମୋର ଅନାମିକା ପ୍ରେମିକା,
ତୁମେ ମୋ ରମ୍ଭା, ମେନକା
ଉର୍ବଶୀ ଅବା ସ୍ବର୍ଗର ଅପସରୀ
ଆଉ ମୋ ହୃଦୟ କନ୍ଦରର ବାରସୂତୀ
ହେ ମୋର ଅନାମିକା ପ୍ରେମିକା ।

ମୁଁ ମାଗିବି ତୁମକୁ
ଗୋଟିଏ ତୋଫା ଜହ୍ନରାତି
ଯେଉଁଠି ହେବ କେବଳ
ଚାରି ଆଖିର ମିଳନ
ଏକ ଅହେତୁକ ଆବେଗର ଦଂଶନରେ,
ଚେନାଏ ହସର ଫୁଆରା
ଖେଳିଯିବ ତୁମ ଗୋଲାପି ଅଧରେ
ଚନ୍ଦ୍ରମୟ ହୋଇଯିବ
ହୃଦୟ ଅଗଣା
ଏକ ମୁଗ୍ଧ ଅନୁରାଗରେ ।

ଭଦ୍ରକ

Leave A Reply

Your email address will not be published.