ଅନୁବାଦ କବିତା : ତୁମେ କହିଥିଲ
ମୂଳ ବାଂଲା : ଶାମସୁର ରାହମାନ
ଦାଉ ଦାଉ ହୋଇ ଜଳି ଯାଉଛି ନୂଆ ବଜାର
ପୋଡ଼ି ଯାଉଛି ଦୋକାନ ଘର
କାଠ, ଲୁହା ଓ ଅନ୍ୟ ଆସବାବ ପତ୍ର
ମସଜିଦ ଓ ମନ୍ଦିର।
ସାଙ୍ଘାତିକ ଭାବରେ ଜଳୁଛି
ଚାରିପଟ ଘରଦ୍ୱାର
ପୋଡ଼ି ଯାଉଛି ଶୁଆର ପିଞ୍ଜରା
ରବୀନ୍ଦ୍ର ରଚନାବଳୀ, ମିଷ୍ଟାନ୍ନ ଭଣ୍ଡାର…