Latest Odisha News

BREAKING NEWS

ତାଇୱାନରେ ବେସବଲ ଲିଗ୍ ଆରମ୍ଭ: ମନୋବଳ ବଢ଼ାଇବା ପାଇଁ ରୋବୋଟ, ପ୍ରଶଂସକଙ୍କ କଣ୍ଢେଇ ରଖାଗଲା

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ ଲକଡାଉନରେ ରହିଛି କହିଲେ ଭୁଲ ହେବ ନାହିଁ । ସବୁ ବଡ କ୍ରୀଡା ଇଭେଂଟକୁ ବାତିଲ କରି ଦିଆଯାଇଛି । ତେବେ ଏହା ମଧ୍ୟରେ ତାଇୱାନ ସାହସିକ ପଦକ୍ଷେପ ନେଇ ବିନା ଦର୍ଶକରେ ବେସବଲ ଲିଗ୍ ଆରମ୍ଭ କରିଦେଇଛି । ଖେଳାଳିଙ୍କ ମନୋବଳ ଏବଂ ଉତ୍ସାହ ବଢ଼ାଇବା ପାଇଁ ଆୟୋଜକ ଅଭିନବ ପଦକ୍ଷେପ ଗ୍ରହଣ କରିଥିଲା ।

ଷ୍ଟାଡିୟମରେ ଦର୍ଶକଙ୍କ ବଦଳରେ ରୋବୋଟ ଓ ପ୍ରଶଂସକଙ୍କ କଣ୍ଢେଇ ରଖା ଯାଇଥିଲା । ୪ ଘଂଟା ଧରି ଚାଲିଥିବା ଉଦଘାଟନୀ ମୁକାବିଲାରେ ୟୁନି ପ୍ରେସିଡେଟ ୭ ଚାଇନାଟ୍ରଷ୍ଟ ବ୍ରଦର୍ସକୁ ୪-୧ରେ ହରାଇଥିଲା ।

Leave A Reply

Your email address will not be published.