ନୂଆଦିଲ୍ଲୀ: ସ୍ଵର୍ଯ୍ୟାସ୍ତ ପରେ ମଧ୍ୟ ସମସ୍ତ ପର୍ଯ୍ୟଟକଙ୍କ ପାଇଁ ତାଜମହଲକୁ ଖୋଲା ରଖିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ବର୍ତ୍ତମାନ ଏହାକୁ ଦିନ ୧୦ଟା ରୁ ସନ୍ଧ୍ୟା ୬ ଟା ଯାଏଁ ଖୋଲା ରଖାଯାଉଛି ।
“ରାତ୍ରୀ ସମୟରେ ତାଜମହଲକୁ ଖୋଲା ରଖିବା ପାଇଁ ଆମ ପାଖକୁ ଅନେକ ଅନୁରୋଧ ଆସୁଛି । ଲୋକଙ୍କର ଏହି ଅନୁରୋଧକୁ ବାସ୍ତବରୂପ ଦେବାକୁ ଆମେ ନିଷ୍ପତ୍ତି ନେଇଛୁ ।
ରାତ୍ରୀ ସମୟରେ ତାଜମହଲ ଖୋଲା ରହିଲେ ଏଠାରେ ଜମା ହେବାକୁ ଥିବା ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ଏହାର ଚାରିପାଖ ସମେତ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ କରାଯିବ ବୋଲି ଯୋଜନା କରୁଥିବା ପର୍ଯ୍ୟଟନ ମନ୍ତ୍ରୀ ପ୍ରକାଶ କରିଛନ୍ତି ।
ମାସକୁ ମାତ୍ର ପାଞ୍ଚଦିନ ତାଜମହଲକୁ ରାତିରେ ଦେଖିବାକୁ ସୁଯୋଗ ମିଳେ । ପୂର୍ଣ୍ଣିମା ରାତି, ପୂର୍ଣ୍ଣିମାର ପୂର୍ବ ଓ ପର ଦି ରାତି ଆଦି ୫ ରାତିରେ ପର୍ଯ୍ୟଟକ ମାନେ ତାଜମହଲକୁ ଦେଖିପାରୁଛନ୍ତି ।
ଏହି ପାଞ୍ଚ ରାତିରେ ୫୦ ଜଣ ଲୋକ ବିଶିଷ୍ଟ ୮ଟି ବ୍ୟାଚର ମାତ୍ର ୪୦୦ ଜଣ ଲୋକଙ୍କୁ ହିଁ ଅନୁମତି ମିଳେ ତାଜମହଲକୁ ଦେଖିବା ପାଇଁ । ଏହି ରାତ୍ରୀ ଭ୍ରମଣ ପାଇଁ ସାବାଳକଙ୍କୁ ୫୧୦ ଟଙ୍କା ଦେବାକୁ ପଡୁଥିବା ବେଳେ ବିଦେଶୀ ମାନଙ୍କୁ ଏହି ଟିକଟ ପାଇଁ ଦେବାକୁ ପଡେ ୭୫୦ ଟଙ୍କା ।
Comments are closed.